ପୋଲସରା,୧୧/୫,(ଶିବ ପ୍ରସାଦ ସାହୁ):ପୋଲସରା ସହର ପାଟିଗଡ଼ ରାସ୍ତା ସ୍ଥିତ ମଧୁବୈଶ୍ୟ ସମାଜ କଲ୍ୟାଣ ମଣ୍ଡପ ପରିସରରେ ପ୍ରଜ୍ଞା ପ୍ରଦୀପ ଫାଉଣ୍ଡେସନ କଳମ୍ବ ର ସହଯୋଗରେ ରବିବାର ପୁସ୍ତକ ଲୋକାର୍ପଣ ଉତ୍ସବରେ ଅବନା ଅନୁପ୍ରାସ କବିତାମାଳା “ଅକ୍ଷରା”ର କବି କୁଳମଣି ସାହୁଙ୍କ ଦ୍ୱାରା ସମ୍ପାଦିତ ଓ ପ୍ରକାଶକ ଓ ସଭାପତି ଅଧ୍ୟାପକ ମନୋଜ କୁମାର ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୈଦେହୀଶ ବିଳାସ ପୁସ୍ତକ ଲୋକାର୍ପଣ କରିବା ସହିତ ଭଞ୍ଜ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ଭଞ୍ଜ ସାହିତ୍ୟ ଗବେଷକ ଡ଼ଃ କମ୍ବୁପାଣି ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ସାହିତ୍ୟ ଉପରେ ଆଲୋକପାତ କରିବା ସହ ସାହିତ୍ୟ ର ବିଭିନ୍ନ ଦିଗ ଓ ଶୃଙ୍ଗାର ରସ ଉପରେ କହିଥିଲେ। ବରେଣ୍ୟ ଅତିଥିଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚାଳକ ଗଞ୍ଜାମ ର ଭଗବାନ ତ୍ରିପାଠୀ, ସମ୍ମାନିତ ଅତିଥିଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ମହାସଚିବ ଦଣ୍ଡପାଣି ମହାପାତ୍ର ଯୋଗଦେଇ ବୈଦେହୀଶ ବିଳାସ ର ମହିମା ଓ ବୈଶିଷ୍ଟ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଉକ୍ତ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ରେ ସହଯୋଗୀ ପ୍ରକାଶକ ରତନ କୁମାର ପ୍ରଧାନ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ,

