ଚକାପାଦ,୧୨।୮(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ କଟ୍ରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଗାଡିପଦର ଗାଁ ପାର୍କିନାଳ ସାହି ର ଚନ୍ଦନ ଦିଗାଲ ଙ୍କୁ କୌଣସି କାର୍ଯ୍ୟ ଏବଂ କଥାବାର୍ତ୍ତା କୁ ନେଇ ତାଙ୍କ ଘରପାଖ ଲୋକମାନେ ତାଙ୍କୁ ଗୁଡେଇ ଗୁଡେଇ କାତି ସାହାଯ୍ୟ ରେ ତାଙ୍କର ହାତ ଓ ଗୋଡ଼ କୁ ହାଣିଥିବାର ତାଙ୍କ ଘର ଲୋକ କହିଛନ୍ତି । ତାଙ୍କୁ ସଙ୍ଗେସଙ୍ଗେ ଫୁଲବାଣୀ ମୁଖ୍ୟଡାକ୍ତରଖାନା କୁ ଆଣିଥିଲେ। ଏହି ଖବର ପାଇଁ କଟ୍ରିଙ୍ଗିଆ ପଞ୍ଚାୟତ ପ୍ରମୁଖ ଅନନ୍ତ କହଁର ଚାରିଆଡେ ଖଵର ଦେଇଥିଲେ। ତାହା ଶୁଣି ଫୁଲବାଣୀ ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର, ଫୁଲବାଣୀ ବିଜେପି ବ୍ଳକ ସଭାପତି ଲଳିତ ଦିଗାଲ, ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର, ପଞ୍ଚାୟତ ପ୍ରମୁଖ ଅନିଲ ପ୍ରଧାନ,ମାଧବ ଦିଗାଲ ମେଡିକାଲ ରେ ପହଞ୍ଚି ଦେଖାକରିବା ସହ ଆରୋଗ୍ୟ କାମନା କରିଥିଲେ । ଏଥିରେ ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର ମେଡିକାଲ ରେ ଥିବା ପର୍ଯ୍ୟନ୍ତ ଛୋଟବଡ଼ କାମରେ ସାହାଯ୍ୟ କରିବି ବୋଲି କହିଥିଲେ।

