ପାତ୍ରପୁର,୫/୬(ନିଗମାନନ୍ଦ ପଣ୍ଡା):ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ପୋଲାରାଜପୁର ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରାଜେଶ ମହାନ୍ତିଙ୍କ ତତ୍ତ୍ଵାବଧାନରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଛି। ପରିବେଶ ସୁରକ୍ଷା ଜୀବନ ରକ୍ଷା। ଗଛ ଲଗାଇବା ଧାଡ଼ି କି ଧାଡ଼ି, ପୃଥିବୀ ପିନ୍ଧିବ ସବୁଜ ଶାଢ଼ୀ, ଇତ୍ୟାଦି ସ୍ଲୋଗାନ ଦେଇ ଥିଲେ।ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ଲାଷ୍ଟିକ୍ ରୁ ବିଭିନ୍ନ ଆକୃତି ପ୍ରସ୍ତୁତ କରିଥିଲେ। ପରିବେଶ ସୁରକ୍ଷା ବିଷୟରେ ଛାତ୍ର ଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ବଜାରକୁ ଗଲେ ସବୁ ଦିନ କପଡା ବ୍ୟାଗ ନେଇ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା।ମାନନୀୟ ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ମାଆ ପାଇଁ ଗଛ ଟିଏ, ଏହି ମର୍ମ ରେ ବିଦ୍ୟାଳୟରେ ଉତ୍ପାଦନ ହୋଇଥିବା ଅଶୋକ, ବଉଳ, ଆତ ଓ ଅଅଁଳା ଚାରା ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ଇକୋକ୍ଲବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥଲେ। ଏକକ ବ୍ୟବହାର ପ୍ଲାଷ୍ଟିକ୍ ବର୍ଜ୍ଜନ କରିବା ସହିତ ଦୋକାନ ବଜାରରୁ କାଗଜ ତିଆରି ପ୍ୟାକେଟ ରେ ଜିନିଷ ଆଣିବା ଏବଂ ନିଜେ ବ୍ୟାଗ ନେଇ ବଜାର ସଉଦା ପାଇଁ ଯିବା।ପ୍ରତ୍ୟେକ ପିଲା ଚାରାଟିଏ ଲଗେଇ ତାର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା।ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ଏକ ମାତ୍ର ଉପାୟ ବୃକ୍ଷ ରୋପଣ ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ। ବିଦ୍ୟାଳୟ ପରିବେଶ, ଗାଁ ନାଇକାଣି ମନ୍ଦିର ପରିସରରେ ଚାରା ରୋପଣ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ଅରୁଣ କୁମାର ପ୍ରଧାନ, ଲକ୍ଷ୍ମୀ ନାରାୟଣ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

