ପୋଲସରା,୧୫.୦୪.(ଶିବ ପ୍ରସାଦ ସାହୁ): ଦିନକୁ ଦିନ ବଢୁଛି ଗ୍ରୀଷ୍ମପ୍ରବାହ। ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଏଭଳି ସ୍ଥିତିରେ ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତରେ କିଭଳି ଜଳଛତ୍ର ସୁବ୍ୟବସ୍ଥା ସୁଚାରୁରୂପେ କରାଯାଇ ପାରିବ ସେନେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ପୋଲସରା ବିଡ଼ିଓ ଶଶିଭୁଷଣ ମହାମାତ୍ରଙ୍କ ତତ୍ବାବଧାନରେ ବ୍ଲକ କାର୍ଯ୍ୟାଳୟ ସମେତ ବର୍ତ୍ତୀନୀ , ଖଣ୍ଡୁରୁ , ସୋଡ଼କ, ବନ୍ଥପଲ୍ଲୀ , ବାଲିଛାଇ , ବେଲଗାଁ ଭଳି ସମସ୍ତ ଗ୍ରାମପଞ୍ଚାୟତ ରେ ଜଳଛତ୍ର ଖୋଲା ଯାଇଛି । ଯାହା ଦୂରଦୂରାନ୍ତରୁ ଆସୁଥିବା ବାଟୋଇ ଯେପରି ସ୍ବଛ ପାନୀୟ ଜଳ ପାଇବ ସେନେଇ ସମସ୍ତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇଛି । ଏପରିକି ପ୍ରଚଣ୍ଡ ଗ୍ରୀଷ୍ମର ତାପକୁ ନିୟନ୍ତ୍ରଣ କରିବାକୁ ନେଇ ଜଳଛତ୍ର ସହ ଗ୍ଲୁକୋଜ ସହ ଦହି ମିଶ୍ରଣ କରି ଜନମାନସରେ ବଣ୍ଟନ କରାଯାଉଛି । ଏଭଳି ସ୍ଥିତିରେ କୈଣସି ପଞ୍ଚାୟତରେ ଜଳଛତ୍ର ନେଇ କୈଣସି ସମସ୍ୟା ବା ଅବହେଳା ଦେଖାଯାଏ ତେବେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ସ୍ଫଷ୍ଟ ସୂଚନା ପ୍ରଦାନ କରିଛନ୍ତି ବିଡ଼ିଓ ଶଶିଭୁଷଣ ମହାପାତ୍ର ।

