ପୋଲସରା,୨୮/୩(ଶିବ ପ୍ରସାଦ ସାହୁ):କଥାରେ ଅଛି ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ। ଭଗବାନ ଯେମିତି ବିପର୍ଯୟ ସମୟରେ ଲୋକଙ୍କୁ ଜୀବନ ଦାନ ଦେଇଥାନ୍ତି, ଠିକ ସେହିଭଳି ଡାକ୍ତର ମଧ୍ୟ ସଫଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇ ଥାନ୍ତି। ତେଣୁ ସେମାନଙ୍କୁ ଭଗବାନ ସଦୃଶ ଆଖ୍ୟା ଦିଆଯାଏ।ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଗର୍ଭବତୀ ଙ୍କ ସଫଳତା ପୂର୍ବକ ସିଜେରିଆନ ଅପରେସନ ହୋଇଛି। ଯାହାକି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଥର ପାଇଁ ହୋଇଛି। ଡାକ୍ତର ମାନଙ୍କ ଅକ୍ଲାନ୍ତ ଚେଷ୍ଟା ରେ ଏହା ସମ୍ଭବ ହୋଇପାରିଛି। ଏହି ଅପରେସନ କାର୍ଯ୍ୟକ୍ରମ ରେ ଡ଼ଃ ସ୍ୱାଗତ ବେହେରା, ଡ଼ଃ ଅଜୟ ଦାସ, ଡ଼ଃ ବାରତ ରମେଶ ଚନ୍ଦ୍ର, ଡ଼ଃ ତ୍ରିଦେବେଶ ଶତପଥୀ, ଷ୍ଟାଫ ନର୍ସ ବବିତା ମଣ୍ଡଳ ଓ ଆଟେଣ୍ଡାଣ୍ଟ ଗଣପତି ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରେ ସଫଳତା ପୂର୍ବକ ସିଜେରିଆନ ଅପରେସନ ହୋଇଥିଲା। ଅପରେସନ ହୋଇଥିବା ମହିଳାଙ୍କ ପରିବାର ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

