ପାରଳାଖେମୁଣ୍ଡି,୬/୪:(ହିମାଂଶୁ ଶେଖର ସାବତ) : କାଳ ବୈଶାଖୀ ପ୍ରଭାବରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ଶବ ଆଜି ଉଦ୍ଧାର ହୋଇଛି । ବ୍ୟକ୍ତି ଜଣକ ହେଲେ କଟକ ଜ଼ିଲ୍ଲା ନିଆଳି ବ୍ଲକର ଓଲଟପୁରୁ ଗ୍ରାମର ବିନୋଦ ଜେନା (୪୭) ବୋଲି ଜଣାପଡିଛି । କଟକ ନିଆଳି ଓଲଟପୁର ଥାନା ଅଞ୍ଚଳର ପ୍ରକାଶ କୁମାର ନନ୍ଦ, ଚିନ୍ମୟ ଦାସ ଓ ବିନୋଦ ଜେନା ତିନି ଏବଂ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବିନ୍ନଳା ଗ୍ରାମର ସିଙ୍ଗିପୁରମ୍ ବିନୋଦଙ୍କୁ ମିଶାଇ ଚାରି ଜଣ ରବିବାର ଦିନ ପାରଳାଖେମୁଣ୍ଡି ଠାରେ ସମ୍ପର୍କୀୟଙ୍କ ଘରକୁ ଆସି ମାଧ୍ୟ୍ୟହ୍ନ ଭୋଜନ କରି ପାରଳାଖେମୁଣ୍ଡି ଠାରୁ ଗୋଟିଏ କାର ଭଡାସୂତ୍ରରେ ନେଇ ମହେନ୍ଦ୍ରଗିରି ବୁଲିବା ପାଇଁ ଯାଇଥିଲେ । ସେଠାରେ କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ଏବଂ ଅର୍ଜୁନ ଗୁମ୍ଫା ବୁଲିବା ପରେ ଅର୍ଜୁନ ଗୁମ୍ଫା ଠାରୁ ଭୀମ ମନ୍ଦିର…
Author: janabani
ବ୍ରହ୍ମପୁର,୬/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୯୮ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ଗୋଟିଏ ସାମୂହିକ ଅଭିଯୋଗ ରହିଥିଲା । ରେଡକ୍ରସ ପାଣ୍ଠିରୁ ୧୦ ଜଣଙ୍କୁ ସହାୟତା ରାଶି ବାବଦରେ ୬୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ , ଆରକ୍ଷୀ ଅଧିକ୍ଷକ ଡ଼ା ସର୍ବଣା ବିବେକ ଏମ୍ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା , ବ୍ରହ୍ମପୁର ମହାନଗର ନିଗମ କମିଶନର ଏ ସସ୍ୟ ରେଡ୍ଡୀ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା l ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ…
ରାୟଗଡ,୫/୪:(ଅମୂଲ୍ୟ କୁମାର ନିଶଙ୍କ) ଗ୍ରାମୀଣ ଅର୍ଥନୀତି ଯେତେବେଳେ ଉଜ୍ଜ୍ୱଳ ହୁଏ; ଦେଶ ଉଜ୍ଜ୍ୱଳ ହୁଏ। ଯେତେବେଳେ ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି ପାଏ; ଦେଶ ବଢ଼େ। ” ବିକଶିତ ଭାରତ-୨୦୪୭” ଏବଂ ” ବିକଶିତ ଓଡ଼ିଶା-୨୦୩୬” ର ଉଦ୍ଦେଶ୍ୟ ଏବଂ ଉଦ୍ଦେଶ୍ୟ ସହିତ, ଜିଲ୍ଲା ପରିଷଦ, ରାୟଗଡା ଲୋକମାନଙ୍କର ମୌଳିକ ଆବଶ୍ୟକତା ଯୋଗାଇବା ପାଇଁ ନିଜସ୍ୱ ପ୍ରୟାସ ଜାରି ରଖିଛି, ମୁଖ୍ୟତଃ ଯେଉଁମାନେ ଦୂରବର୍ତ୍ତୀ ଗ୍ରାମୀଣ ଇଲାକାରେ ରହୁଛନ୍ତି। ରାୟଗଡା ଜିଲ୍ଲା ୧୧ଟି ବ୍ଲକ ଏବଂ ୧୮୨ଟି ଗ୍ରାମ ପଂଚାୟତ ସହିତ ଆଚ୍ଛାଦିତ ଏବଂ ସ୍ଥାନୀୟ ସ୍ୱରାଜ୍ୟ ସରକାରଙ୍କ ତ୍ରୀ -ସ୍ତରୀୟ ବ୍ୟବସ୍ଥାରେ, ପଞ୍ଚତିରାଜ ଏବଂ ଡିଡବ୍ଲୁ ବିଭାଗର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଗାଁରେ ମୌଳିକ ସୁବିଧା ଏବଂ ସୁବିଧା ସହିତ ଲୋକଙ୍କ ଅର୍ଥନୀତି ଏବଂ ଜୀବିକାକୁ ସୁଦୃଢ଼ କରିବା। ଗ୍ରାମୀଣ ଗୃହ ନିର୍ମାଣ (PMAY-G/AGJ/PM-JANMAN), NREGS, BGBO, PM SHRI, SBM-G, SFC, CFC, ଇତ୍ୟାଦି ପ୍ରଗତିଶୀଳ ଯୋଜନା ମାଧ୍ୟମରେ,…
ନୂଆପଡ଼ା, ୦୫/୦୪:(ପରମେଶ୍ୱର ମେହେର):“ଓଡ଼ିଆ ପକ୍ଷ–୨୦୨୬” ପାଳନ ଅବସରରେ ଆଜି ନୂଆପଡ଼ାରେ ଏକ ବିଶାଳ ଗଣଦୌଡ ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୁଲ୍ୟରେ ଏହି ଗଣଦୌଡ ଆୟୋଜନ କରାଯାଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ଠାରେ ପତାକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ। ଏହି ଗଣଦୌଡ ଜିଲ୍ଲାପାଳ କାର୍ଯ୍ୟାଳୟରୁ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟେଡିୟମ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଜସ୍ମିନ ସାହୁ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର ସହ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, କ୍ରୀଡାବିତ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ସହ…
ଆର, ଉଦୟଗିରି,(ଜନବାଣୀ):ହଜିଥିବା ମୋବାଇଲକୁ ଫେରିପାଇଲେ ୨ ମାଲିକ l ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଛେଳିଗଡ଼ ଗ୍ରାମର ପି ମାଲେଶ୍ୱର ରାଓ ନାମକ ଜଣେ ଯୁବକ ଗତବର୍ଷ ଡିସେମ୍ବର ୧୧ ତାରିଖ ଦିନ ନିଜ ଗାଁ ଛେଳିଗଡ ଠାରୁ ଉଦୟଗିରି ଲଷ୍ମୀବସ୍ ରେ ଯାଉଥିବା ସମୟରେ ନିଜର ଏକ ରିଅଲ ମି ଫୋନ ଟି ହଜିଯାଇଥିଲା l ତାପରେ ତିନିଦିନ ପରେ ଅର୍ଥାତ ୧୫ତାରିଖ ଦିନ ସେ ରା଼ -ଉଦୟଗିରି ଥାନାରେ ଗୋଟେ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ଦୀର୍ଘ ୩ମାସପରେ ପୋଲିସ ମୋବାଇଲକୁ ଖୋଜି ପାଇଲା l ଏବଂ ଆଜି ଆର -ଉଦୟଗିରି ଥାନା ପକ୍ଷରୁଏ ଏସ ଆଇତାରିଣୀ ପାଢ଼ୀଉକ୍ତ ଯୁବକ ପି ମାଲେଶ୍ୱର ରାଓ ଙ୍କୁ ଥାନାକୁ ଡାକି ନିଜ ମୋବାଇଲକୁ ହସ୍ତାନ୍ତର କରିଛନ୍ତି l ତତ ସହିତ କିଛି ଦିନ ପୂର୍ବେ ଯଚ୍ଛନା ପାଇକ ନାମକ ଜଣେ ମହିଳାଙ୍କର ମଧ୍ୟ ମୋବାଇଲ ହଜିଯାଇଥିଲା ତାଙ୍କୁ…
ରାୟଗଡ,୪/୪:(ଅମୂଲ୍ୟ ନିଶଙ୍କ): ଗୁଣୁପୁର ଗୋଷ୍ଠୀ ଶିକ୍ଷାଧିକାରୀ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମରାଠୀଗୁଡା ଠାରେ ଗୁଣୁପୁର ଗୋଷ୍ଠୀସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଏହା ଆଜି ଅର୍ଥାତ ଚାରି ତାରିଖ ରୁ ଆରମ୍ଭ ହୋଇ ଆଠ ତାରିଖ ପର୍ଯ୍ୟନ୍ତ ଗୁଣୁପୁର ଅଞ୍ଚଳ ରେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସଚେତନ କରାଯିବ l ଏଥି ନିମନ୍ତେ, ସକଳ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଗୁଣୁପୁର ପୌରାଧ୍ୟାକ୍ଷା ଶ୍ରୀମତୀ ମମତା ଗୌଡ଼ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲା ବେଳେ, ରାୟଗଡା ଜିଲ୍ଲା ର ମନେରଗା ଲୋକପାଳ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶ, ଗୋଷ୍ଠି ଅଧ୍ୟାକ୍ଷା ଶ୍ରୀମତୀ ଝିଲ୍ଲୀ ଶବର, ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ହେମାନନ୍ଦ ବରିହା, ଅତିରିକ୍ତ ଗୋଷ୍ଠି…
ବ୍ରହ୍ମପୁର,୪/୪: (ହିମାଂଶୁ ଶେଖର ସାବତ):ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା କରିବା ଟାଟା ପାୱାରକୁ ପଡ଼ିଛି ମହଙ୍ଗା । ନୂତନ ସଂଯୋଗ ଦେବାରେ ବିଳମ୍ବ ଯୋଗୁଁ ଜଣେ ମହିଳା ଖାଉଟିଙ୍କୁ ହୋଇଥିବା ମାନସିକ ଓ ଶାରୀରିକ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ଖାଉଟି କମିଶନ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ପ୍ରକାଶ ଥାଉ କି, ଆବେଦନକାରୀ ଶ୍ରୀମତୀ ଅପରମିତା ମଙ୍ଗରାଜ ୨୦୨୪ ମସିହାରେ ଏକ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ଓ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ଏବଂ ଦେୟ ମଧ୍ୟ ପୈଠ କରିଥିଲେ । ମାତ୍ର ଦକ୍ଷିଣ ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନୀ କର୍ତ୍ତୃପକ୍ଷ ଦୀର୍ଘ ଦିନ ଧରି ସଂଯୋଗ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ। ଫଳରେ ଆବେଦନକାରୀଙ୍କୁ ଦୀର୍ଘ ସମୟ ଅନ୍ଧକାରରେ ରହିବାକୁ ପଡ଼ିବା ସହ ଅହେତୁକ ମାନସିକ ଦୁଶ୍ଚିନ୍ତା ସହିବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ସେ ଉପଭୋକ୍ତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ…
ବେଲଗୁଣ୍ଠା,୦୪/୦୪:(ଶିବରାମ ଚୌଧୁରୀ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ପ୍ରଥମ କରି ବିଦ୍ୟାଳୟକୁ ଆସୁଥିବା ଶିଶୁ ମାନଙ୍କ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହା ସହିତ ଅଭିଭାବକ ମାନଙ୍କ ଶିକ୍ଷା ଏବଂ ଶିକ୍ଷା ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ଶିକ୍ଷା ସଚେତନତା ରଥ ମଧ୍ୟ ପରିକ୍ରମା କରିଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ଶିକ୍ଷା ସଚେତନତା ରଥକୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ଏହା ବିଭିନ୍ନ ଗ୍ରାମରେ ପରିକ୍ରମା କରିଛି I ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥଙ୍କ ଆବାହନ କ୍ରମେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ସଚେତନତା ରଥକୁ ଉଦ୍ଘାଟନ କରିବା ସହ ବିଦ୍ୟାଳୟରେ ନାମ ନମୋଦ…
ବାଲିଗୁଡା,୦୪/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏକ ତାଲା ପଡ଼ିଥିବା ଘରୁ ହୋଇଥିବା ଚୋରୀ ଜିନିଷ କୁ ଉଦ୍ଧାର କରିବା ସହ ଉକ୍ତ ଘଟଣା ରେ ସଂଶ୍ଲିଷ୍ଟ ଥିବା ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ଏସ ଡି ପି ଓ ଶୁଭମ ଭୋସଲେ ଏକ ଖବରଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l ଘଟଣା ରୁ ପ୍ରକାଶ ଯେ, କୋଟଗଡ ଥାନା ଅନ୍ତର୍ଗତ ରେଟାବାଲି ଗ୍ରାମର ପବିତ୍ର ନାୟକଙ୍କ ଏତଲା ପ୍ରକାରେ ମାର୍ଚ୍ଚ ମାସ ୨୨ ତାରିଖ ରେ ସେ ତାଙ୍କ ବ୍ୟକ୍ତିଗତ କାମ ପାଇଁ ନିକଟସ୍ଥ ବଣ୍ଡାପିପିଲି ବଜାରକୁ ଯାଇଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ଘର ତାଲା ପକାଇ ମହୁଲ ଫୁଲ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଘରେ ପହଞ୍ଚିବା ପରେ ସେ ଦେଖିଲେ ଯେ, ତାଙ୍କ ଘରର ପଛ…
ବେଲଗୁଣ୍ଠା,୪/୪-ଲ:(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ‘ଦଣ୍ଡ ନାଟ’ ପାଇଁ ଏବେ ସମଗ୍ର ଜିଲ୍ଲା ଉତ୍ସବମୁଖର। ଏହି କ୍ରମରେ କଳା ଓ ସଂସ୍କୃତିର ସହର ବେଲଗୁଣ୍ଠା ମଧ୍ୟ ଗତ ଚାରି ଦିନ ହେଲା ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହେଉଛି। ଆଜି ପ୍ରଭାତରେ ବେଲଗୁଣ୍ଠା ସହରରେ ଦେଖିବାକୁ ମିଳିଛି ଏକ ଭକ୍ତିପୂର୍ଣ୍ଣ ଦୃଶ୍ୟ, ଯେଉଁଠି ବେଲଗୁଣ୍ଠା ପୁରୁଣା ଦଣ୍ଡ ଦଳର ମାଁ ଦକ୍ଷିଣକାଳୀ ଏବଂ ଡେଙ୍ଗାପଦର ଗ୍ରାମର ମାଁ କାଳୀଙ୍କ ଅପୂର୍ବ ମିଳନ ଘଟିଛି।ଏହି ଦୁଇ ଦେବୀଙ୍କୁ ଦୁଇ ଭଉଣୀ ଭାବେ ବିଶ୍ୱାସ କରାଯାଉଥିବା ବେଳେ, ସକାଳୁ ସକାଳୁ ଏହି ମହାମିଳନକୁ ଦେଖିବା ପାଇଁ ବେଲଗୁଣ୍ଠା ସହରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଉଭୟ ଦଳର ‘ପ୍ରଭା’ଙ୍କ ସମେତ ଭୁକ୍ତାମାନେ ପରସ୍ପର ସହ ଫଗୁ ଖେଳି ଏହି ମିଳନ ପର୍ବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।ସୂଚନାଯୋଗ୍ୟ ଯେ, ଶନିବାର ଡେଙ୍ଗାପଦର ଦଣ୍ଡ ଦଳ ସୁଣ୍ଢି ସାହିରେ ନାଚ ପରିବେଷଣ କରୁଥିବା…
ନୂଆପଡ଼ା,୦୪/୦୪:(ପରମେଶ୍ୱର ମେହେର):ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU)ର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲାପାଳ ଅନାଥ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି (CWC) ସମ୍ମୁଖରେ ପ୍ରସ୍ତୁତର ସ୍ଥିତି ସମୀକ୍ଷା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଚିନ୍ମୟ ସାଗର ଜଣାଇଥିଲେ ଯେ ମୋଟ ୨୦୨ ଜଣ ଶିଶୁଙ୍କୁ ବିଭିନ୍ନ ସହାୟତା ପ୍ରଦାନ ପାଇଁ CWC ସମ୍ମୁଖରେ ପ୍ରସ୍ତୁତ କରାଯାଇଛି।ଏପର୍ଯ୍ୟନ୍ତ ଜିଲ୍ଲାରେ ୩ ଜଣ ଶିଶୁଙ୍କ ସଫଳତାର ସହ ପୋଷ୍ୟ ଗ୍ରହଣ ସମ୍ପନ୍ନ ହୋଇଛି।ବୈଠକରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଯୋଗ୍ୟ ଲୋକଙ୍କୁ ସରକାରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା।ଜିଲ୍ଲାପାଳ ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ (DSWO)ଙ୍କୁ ବିଧବା ସର୍ଭେ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ମାଧ୍ୟମରେ ଯୋଗ୍ୟ ବିଧବା ଓ ଅସହାୟ ମା…
ବ୍ରହ୍ମପୁର,୪/୪:(ହିମାଂଶୁ ଶେଖର ସାବତ):ଜୁଆ କାରବାର ଉପରେ ଲଗାତାର କାର୍ଯ୍ୟାନୁଷ୍ଠାନ ଜାରି ରଖି ସଦର ପୋଲିସ ଲାଠି ଗ୍ରାମର ଏକ ପୁରୁଣା ଆଟା କାରଖାନା ପ୍ରାଙ୍ଗଣରେ ଚାଲୁଥିବା ଜୁଆ ଆସର ଉପରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି।ପୋଲିସ ସୂଚନା ଅନୁସାରେ, ଏପ୍ରିଲ ୩ ତାରିଖ ସନ୍ଧ୍ୟାରେ ଏଠାରେ ଜୁଆ ଚାଲୁଥିବା ବିଷୟରେ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହା ପରେ ଏଏସଆଇ ହରିଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଦଳ ଅଚମ୍କା ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ପ୍ରାୟ ୯ରୁ ୧୦ ଜଣ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିଥିଲେ। ପଳାଇବା ସମୟରେ ସେମାନେ ପୋଲିସକୁ ଧକ୍କା ମାଡ଼ି ଓ ଟାଣାଟାଣି କରି ଆଇନସମ୍ମତ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ତଥାପି, ପୋଲିସ ୫ ଜଣଙ୍କୁ ଧରିବାରେ ସଫଳ ହୋଇଥିବାବେଳେ ଅନ୍ୟମାନେ ଅନ୍ଧାରର ସୁଯୋଗ ନେଇ ପଳାଇଥିଲେ।ଗିରଫ ଅଭିଯୁକ୍ତମାନେ: ୧) ବାପି ବେହେରା (୩୨)୨) ଜଗା ପ୍ରଧାନ (୩୩)୩) ବିଶ୍ୱଜିତ ପଣ୍ଡା (୨୨)୪) ମିଟୁ…