ଫୁଲବାଣୀ,୧୬।୦୯(ସୁନୀଲ ପଟ୍ଟନାୟକ):ଚାଷୀ ଙ୍କ ଜମି କୁ ଜଳ ସେଚନ ସୁବିଧା ସୁଯୋଗ ଯୋଗାଇ ଦେବା ପାଈଁ ସରକାର କନ୍ଧମାଳ ଜିଲ୍ଲା ଜି ଉଦୟଗିରୀ ର କାଲିନାଯୁ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗତ ୨୦୨୫/୨୬ରେ ମରାମତି ହୋଇଥଲା l ଏଥିରେ ପ୍ରାୟ ଏକ କୋଟି ଷାଠିଏ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥଲା l ତେବେ କେତେକ ସ୍ଥାନ ରେ ନିମ୍ନ ମାନର କାର୍ଯ୍ୟ କରି ଠିକାଦାର ଓ ଯନ୍ତ୍ରୀ ମିଶି ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି l କେନାଲ ରେ ପାଣି ତଳ ମୁଣ୍ଡକୁ ପହଞ୍ଚିପlରୁନି l ବିଶେଷ କରି ସାରଙ୍ଗଧର ପୁର, ପାଂଗା ନାଜୁ, ଆର୍ ପଡ଼ି କିଆ ଆଦି କେତେକ ଅଞ୍ଚଳ ରେ ଥିବା ଚାଷ ଜମି କୁ ପାଣି ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି l ସେହିପରି ପାଣି ପଂଚାୟତ ମଧ୍ଯ ସଠିକ୍ ଭାବେ କାମ କରୁନି କୁଆଡ଼େ l ଖରିଫ୍ ଓ ରବି ଋତୁ ରେ ଚାଷୀ ମାନଙ୍କ ଜମି କୁ ଜଳସେଚନ ସୁବିଧା ନ ମିଳିଲେ ବି ସେମାନଙ୍କୁ ଜଳ କର ମଧ୍ଯ ଦେବାକୁ ପଡ଼ୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି l ଏଣୁ କ୍ଷୁଦ୍ର ଜଳ ସେଚନ ବିଭl ଗ ଯନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

