ଫୁଲବାଣୀ,୧୪/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳଜିଲ୍ଲା ସଦର ମହକୁମା ଫୁଲବାଣୀ ଗ୍ୟାସ ଏଜେନସି ଗୋଦାମ ପାଖରେ ସକାଳ ୮ ଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଟାଣ ଖରାରେ ଗ୍ୟାସ ସିଲିଣ୍ଡର ରଖି ଲମ୍ବା ଲାଇନରେ ଗ୍ରାହକ ଅପେକ୍ଷା କରୁଥିବା ଦେଖିବlକୁ ମିଳୁଛି! କେବଳ ପୁରୁଷ ନୁହେଁ ମହିଳା ମାନେ ମଧ୍ୟ ମୁଣ୍ଡ ଫଟା ଖରାରେ ଠିଆ ହେଉଥିବା ଦେଖିବାକୁ ମିଳିଛି l ଜଟଣୀ ରୁ ଗ୍ୟାସ ଲୋଡ଼ ଆସିବାକଥା! କିନ୍ତୁ ଗ୍ୟାସ ଗାଡି ପହଁଚିଲା ନାହିଁ ଦିନ ଦୁଇଟା ପର୍ଯ୍ୟନ୍ତ! ଯୋଗାଣ ଅଧିକାରୀ ସବୁ ଜାଣି ନ ଜାଣିଲା ପରି ଏସି ଚାମ୍ବର ରେ ବସୁଛନ୍ତି! ଲୋକଂକ କଥା ବୁଝିବାକୁ କିଏ ନାହିଁ l ସରକାର କହୁଛନ୍ତି ଗ୍ୟାସ ର ଅଭାବ ନାହିଁ! ଯଦି ପ୍ଲାଣ୍ଟ ଗ୍ୟାସ ଠିକ ସମୟରେ ଦେବ ନାହିଁ ତେବେ ଲୋକେ ପାଇବେ କେମିତି ବୋଲି ଖାଉଟି ବିବାଦ ପ୍ରତିକାର ମଞ୍ଚ ର ପ୍ରାକ୍ତନ ସଦସ୍ୟ ସନ୍ତୋଷ କୁମାର ଡିଗଲ ପ୍ରଶ୍ନ କରିଛନ୍ତି! ୧୨ ହଜାର ଖାଉଟି ପାଇଁ ଏକ ସପ୍ତାହରେ ଦୁଇ ଲୋଡ଼ ଗ୍ୟାସ ଯଥେଷ୍ଟ ହେଉ ନାହିଁ ବୋଲି କ୍ଷିପ୍ର ନ୍ୟାୟିକ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ଏମ ଡି ଜିଆଉଁଦିନ ଓ ସାଧାରଣ ସମ୍ପାଦକ (ଆଇନଜୀବୀ ) ଖବର କାଗଜ ମାଧ୍ୟମରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି! ବୂକିଙ୍ଗ କରିବାର ୧୫ ଦିନ ମଧ୍ୟ ରେ ବି ଗ୍ୟାସ ମିଳୁ ନାହିଁ! ହୋଟେଲ ଓ ରେଷ୍ଟୁରାଣ୍ଟ ରେ ସବୁ ଡୋମେଷ୍ଟିକ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି! ସେମାନେ କୁଆଡୁ ପାଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ୍ ବାଚୀ ସୃଷ୍ଟି କରିଛି! ସେମାନଙ୍କୁ ଗ୍ୟାସ କିଏ ଦେଉଛି! ବାହାଘର ରେ ଭୋଜି ପାଇଁ ୩୦ ଟି ସିଲିଣ୍ଡର ମିଳୁଛି କେମିତି! ବାହାରେ ଚୋରାରେ ଗ୍ୟାସ କିଲୋ ପ୍ରତୀ ୨୫0ରୁ ୩00 ଟଙ୍କା ପର୍ଯ୍ୟନ୍ତ ବ୍ଲାକରେ ମିଳୁଛି! ତଥାପି ଯୋଗାଣ ବିଭାଗ ର ଅପାରଗତା ସହ କୁମ୍ଭକର୍ଣ ନିଦ୍ରା ଭଙ୍ଗ ହେଉ ନାହିଁ ବୋଲି ସହର ରେ ଆଲୋଚ୍ୟ ବିଷୟ ହୋଇଛି! ଗ୍ୟାସ୍ କଳାବଜାର ରୋକିବାକୁ ନିୟମିତ ଚଢାଉ ହେଉନି l ଯୋଗାଣ ବିଭାଗ ଅଧିକାରୀ କୁଆଡେ ଭଲ ରକମ୍ ପାଇ ଚୁପ୍ ବସିଥିବା ଆଲୋଚନା ହେଉଛି l ଭିଜିଲାନ୍ସ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

