ଫୁଲବାଣୀ:ଜନବାଣୀ,୨୪/୦୬ (ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହର ରେ ଆଦର୍ଶ ଥାନା ସମ୍ମୁଖରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶିଶୁ ଉଦ୍ୟାନ ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ l ଏହି ଶିଶୁ ଉଦ୍ୟାନ କିଛି ବର୍ଷ ହେଲା ବ୍ୟବହାର ନ ହୋଇ ତାଲା ପଡ଼ିଥିଲା l ବର୍ତ୍ତମାନ ଅଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା, କାଉନସିଲର ଓ ପୌର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା, ଓ ଆଗ୍ରହ ଯୋଗୁଁ ଶିଶୁ ଉଦ୍ୟାନ ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି l ଏଠାରେ ଶିଶୁ ମାନକ ଆମୋଦ ପ୍ରମୋଦ ପାଈଁ ମଧୁ ପାର୍କ ର ମରାମତି ଓ ପୁନରୁଦ୍ଧାର କରାଯିବା ସହ ବିଭିନ୍ନ ପ୍ରକାର ଫାଷ୍ଟ ଫୁଡ ଖାଦ୍ୟ ବିକ୍ରୀ ପାଈଁ ନୂତନ ଭାବେ ଫୁଡ୍ କୋର୍ଟମଧ୍ଯ ନିର୍ମାଣ କରାଯାଉଛି l ପୁର୍ବରୁ ସହରରେ ଶିଶୁ ମାନଙ୍କ ପାଇଁ ସୁନ୍ଦର ଓ ଅତ୍ୟାଧୁନିକ ପାର୍କ ଟିଏ କିମ୍ବା ଫୁଡ୍ କୋର୍ଟ ନଥିଲା ଏହା ଦ୍ବାରା କୁନି କୁନି ପିଲା ଖେଳିବା ସହ ବରିଷ୍ଠ ନାଗରିକ ମାନଙ୍କ ଅବସର ବିନୋଦନ ପାଇଁ ହେଇପାରିବ ଏହା ବ୍ୟତୀତ ଲୋକେ ଖାଦ୍ୟ ଖାଇପlରିବେl ବର୍ତ୍ତମାନ ଥାନା ଓ ପୋଷ୍ଟ ଅଫିସ ମୁଖ୍ୟ ରାସ୍ତା କଡ଼ରେ ଠେଲା ଗାଡି ରେ ଖାଦ୍ୟ ବିକ୍ରୀ ହେଉଥିବାରୁ ରାସ୍ତା ଉପରେ ବାଇକ ରଖି ଲୋକେ ଖାଇବା ଫଳରେ ରାସ୍ତା ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସହ ଦୁର୍ଘଟଣା ଘଟୁଛି l ଏହି ଫୁଡ୍ କୋର୍ଟ ନିର୍ମାଣ ହେଲେ ଗୋଟିଏ ସ୍ଥାନ ରେ ବିଭିନ୍ନ ପ୍ରକାର ଫାଷ୍ଟ ଫୁଡ୍, ଚଟ ପଟା ଖାଦ୍ୟ ମିଳିବ ଓ ଟ୍ରାଫିକ ସମସ୍ୟା ଦୂର ହେବ l ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତି ପାୟଲ ବେହେରା ଓ କାଉନସିଲର ଙ୍କ ଏଭଳି ସୂ ଚିନ୍ତିତ ଗଠନ ମୂଳକ ପଦକ୍ଷେପ କୁ ସାଧାରଣ ରେ ବେଶ ପ୍ରଶଂସା କରଯାଇଛି l ସେହିପରି କୋର୍ଟ ଛକ ରେ ଥିବା ଗାନ୍ଧୀ ସ୍ମୃତି ଭବନ ର ମରାମତି କରିବା ସହ ଶୀତ ତାପ ନିୟନ୍ତ୍ରିତ ସହ ସୁନ୍ଦର ଓ ଆକର୍ଷଣୀୟ କରିବା ପାଈଁ ମରାମତି କାର୍ଯ୍ୟ ପୌରlଧ୍ୟକ୍ଷl ଶ୍ରୀମତୀ ବେହେରା ଙ୍କ ଆନ୍ତ ରିକ ଉଦ୍ୟମ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇ ଛି l ଏ ସବୁ କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ଓ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରିବ ସେଥି ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେବା ସହ ନିୟମିତ ବ୍ୟବଧାନ ରେ ନିଜେ ଯାଇ କାର୍ଯ୍ୟ ତଦlରଖ କରୁଥିବା ଦେଖାଯାଇଛି l ସେହିପରି ଆଗକୁ ବର୍ଷା ଆସୁଥିବାରୁ ସହରବାସୀ ଯେପରି କୌଣସି ଅସୁବିଧା ର ସମ୍ମୁଖୀନ ନ ହେବେ , ପୌରl ଧ୍ୟକ୍ଷା ଙ୍କ ନିର୍ଦେଶ କ୍ରମେ ସମସ୍ତ ରାସ୍ତା ମରାମତି ସହ ଡ୍ରେନକୁ ସଫା କରିବା ସହ ଆବଶ୍ୟକ ମରାମତି କାର୍ଯ୍ୟ କରାଯାଉଛି l ସହର କୁ ସବୁଜ ସୁନ୍ଦର୍ ଓ ସ୍ୱଚ୍ଛ ରଖିବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଙ୍କ ସମେତ କାଉନସିଲର, ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଙ୍କ ଉଦ୍ୟମ ପ୍ରଶଂସନୀୟ l ଆଗକୁ ସହର ରେ ଅତ୍ୟାଧୁନିକ ଶୈଳୀ ରେ ତିନି କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ରେ ନୂତନ ଅ ଡି ଟ ରୀୟମ, ବନ୍ଧ ଗୁଡ଼ିକ ର ପୁନରୁଦ୍ଧାର ସହ ପାର୍କ ନିର୍ମାଣ, ଆଲୋକ ବ୍ୟବସ୍ଥା ଓ ସହର ବାସୀ ଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି ଜଣାପଡିଛି l

