ଫୁଲବାଣୀ,୩୦/୦୪,(ସୁନୀଲ ପଟ୍ଟନାୟକ):ବିଶ୍ଵ ନୃତ୍ୟ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଯୋଗଦେଇ କଳାକାର ଙ୍କୁ ସମ୍ମାନିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ସ୍ୱତନ୍ତ୍ର ଅଭିଯୋଜକ ବିଜୟ କୃଷ୍ଣ ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା, ସ୍ଵାତି ର ସମ୍ପାଦକ ହରି ଶାଙ୍କର ରାଉତ, ଓଡିଶୀ ନୃତ୍ୟ ଗୁରୁ ନିରଞ୍ଜନ ରାଉତ ଏବଂ ସନାତନ ନାୟକ, ବିଶିଷ୍ଟ ସାହିତ୍ୟିକ ଡ ଚିତ୍ତରଞ୍ଜନ ମିଶ୍ର, ରବିନ୍ଦ୍ର ନାଥ ମିଶ୍ର ଆଦି ଯୋଗଦେଇ କନ୍ଧମାଳରେ ଓଡିଶୀ ନୃତ୍ୟ ର ପ୍ରଚାର ପ୍ରସାର ଦିଗରେ ନଟରାଜ କଳାମନ୍ଦିର ର ଭୂମିକା କଥା ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ପାଇଁ ଜୀବନ ବ୍ୟାପି ସାଧନା ନିମନ୍ତେ ଗୁରୁ ନିରଞ୍ଜନ ରାଉତ ଙ୍କୁ ନଟରାଜ କଳା ମନ୍ଦିର ସମ୍ମାନ ପ୍ରଦାନ କରଯାଇଥିଲା। ଭୁବନେଶ୍ବର ରୁ ଆସିଥିବା ଦୁଇ ପ୍ରଖ୍ୟାତ୍ ଶୀଳ୍ପି ବିଭୁ କିଶୋର ଏବଂ ଆକାଂକ୍ଷାଙ୍କ ଦ୍ୱେତ ଓଡିଶୀ ନୃତ୍ୟ, ଡ. ଚନ୍ଦନ ଗନ୍ତାୟତ ଓ ଡ. ଅସିତ୍ ନନ୍ଦ ଙ୍କ କଣ୍ଠ ସଙ୍ଗୀତ, ନଟରାଜ କଳା ମନ୍ଦିର ଶୀଳ୍ପି ମାନଙ୍କ ଦ୍ଵାରା ଓଡିଶୀ, ଭଜନ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଅବସରରେ ଚିତ୍ର କଳା ଓ ହସ୍ତ କର୍ମ ପ୍ରଦର୍ଶନୀ ମଧ୍ଯ ହୋଇଥିଲା । ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ବିନୋଦ ଚନ୍ଦ୍ର ସାହୁ ଓ ସ୍ଵର୍ଣ୍ଣ ଲକ୍ଷ୍ମୀ ଆଚାର୍ଯ୍ୟ ପରିଚାଳନା କରିଥିଲେ।

