ଫୁଲବାଣୀ,୩/୦୬,(ସୁନୀଲ ପଟ୍ଟନାୟକ):ଆଜି ବିଶ୍ୱ ସାଇକେଲ ଦିବସ l ମାଇ ଭାରତ କନ୍ଧମାଳ ତରଫରୁଫୁଲବାଣୀ ରେ ବିଶ୍ୱ ସାଇକେଲ ଦିବସ ଅନୁଷ୍ଠିତ୍ ହୋଇଥିଲା l ଏହି ଅବସରରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀର କୁମାର ବାଣୁଆ ଯୋଗ ଦେଇଥିବା ବେଳେ ସମ୍ମା ନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ ଅଧିକାରୀ ସଂଜୟ କୁମାର ପାତ୍ର, ଖେଳ ଶିକ୍ଷକ ଛତୁଆ ଦୀପ, ପ୍ରଦୀପ କୁମାର ସାହୁ, ମିଲନ ପ୍ରଧାନ , ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ଶତପଥୀ ଏବଂ ମାଇ ଭାରତ ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର,ସହକର୍ମୀ ସତ୍ୟବାନ ଦଳବେହେ ରା, ପ୍ରମୂଖ ଯୋଗ ଦେଇ ସାଇକେଲ ବ୍ୟବହାର କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସଙ୍ଗେ ପରିବେଶ ପ୍ରଦୂଷଣ ରୋକିବା ସହ ଦେଖା ଦେଇଥିବା ତୈଳ ସଂକଟ ମଧ୍ଯ ଦୂର ହେଇପାରିବ ବୋଲି କହିଥିଲେ l ଅନୁଷ୍ଠିତ କାର୍ଯକ୍ରମକରେ ଶତାଧିକ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥଲେ l ମୁଖ୍ୟ ଅତିଥି ଅନୁଷ୍ଠିତ ସାଇକେଲ ରାଲି ଟିକୁ ପତାକା ଦେଖl ଇ ଶୁଭାରମ୍ଭ କରିଥଲେ l ସାଇକେଲ ରାଲୀ ମଦିକୁନ୍ଦା ଚ୍ଛକ ରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଥିଲl l

