ଫୁଲବାଣୀ,୧୧/୦୭(ସୁନୀଲ ପଟନାୟକ):ଶୁକ୍ରବାର ସଂଧ୍ୟାରେ ଫୁଲବାଣୀ ରୋଟାରୀ କ୍ଳବ୍ ରେ ୪୬ତମ ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ପାଳିତ ହୋଇଥିଲା l ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଭୂତି ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟାରୀ କ୍ଳବ୍ ର ସେବା ମୁଳକ କାର୍ଯ୍ୟ ଓ ସଦସ୍ୟ ମାନଙ୍କ ଉତ୍ସର୍ଗୀକୃତ ମନୋଭାବ କୁ ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପି ଡି ଜି ଇ ରୋଟା ରିଆନ ଇନ୍ଦ୍ରଜିତ ସାହୂ, ଓ ପିଡ଼ିଜି ରୋଟlରିଆନ ଯଜ୍ଞା ଶିସ ମହାପାତ୍ର ଯୋଗ ଦେଇ ଫୁଲବାଣୀ ରୋଟାରୀ କ୍ଲବ ର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀଦିନରେ ଚଳିତ ବର୍ଷ ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅନିଲ କୁମାର ସାମଲ ଅବସର ପ୍ରାପ୍ତ ଆଇ ଏ ଏସ ଙ୍କ ଙ୍କ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି ତାକୁ ନେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜୋନାଲ ଚେୟାରରୋ ଟlରିଆନ ସତ୍ୟ କାମ ପତ୍ରୁ,ବ୍ରହ୍ମପୁର ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟlରିଆନ ଶ୍ରୀକାନ୍ତ ଖଟେଇ ନୟାଗଡ଼ ଉପସ୍ଥିତ ଥିଲେ l ଅତିଥିଙ୍କ ଉପସ୍ଥିତିରେ ୨୦୨୫/୨୬ବର୍ଷ ର କ୍ଲବ୍ ସଭାପତି ପ୍ରକାଶ କୁମାର ପଣ୍ଡା ଓ ସମ୍ପାଦକ ବିରଜା ପ୍ରସାଦ ନାହ କ ଚଳିତ ୨୦୨୬/୨୭ବର୍ଷ ସଭାପତି ବିଜୟ ପଟ୍ଟନାୟକ ଓ ସମ୍ପାଦକ ସୁନୀଲ ପଟ୍ଟନାୟକ ଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ l ସେହିପରି ସଭାପତି ଓ ସମ୍ପାଦକ ଗତ ବର୍ଷ ର ବିବରଣୀ ପାଠ କରିଥିବା ବେଳେ ଚଳିତ ବର୍ଷ ର ନୂତନ ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ହାତକୁ ନେବାକୁ ଥିବା ନୂତନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିବା ବେଳେ ନୂତନ ସମ୍ପାଦକ ସୁନୀଲ ପଟନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ l ଏହି ଅବସରରେ କ୍ଳବ୍ ର ସମସ୍ତ ପୁର୍ବତନ ସଭାପତି ଓ ଯୋଗଦେଇଥିବା ଭୁବନେଶ୍ୱର, ନୟାଗଡ଼, ଭଞ୍ଜନଗର,ବ୍ରହ୍ମପୁର ର ରୋଟlରିଆନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଲରୋଟରିଆନ ପ୍ରସନ୍ନ ପଣ୍ଡା, ଉପସଭାପତି ରାଜେଶ୍ କୁମାର ପାତ୍ର, ସଂଜିତ ପାତ୍ର, ଉପେନ୍ଦ୍ର ମହାପାତ୍ର, ରୂପକ ମହାନ୍ତି, ସନ୍ତୋଷ କୁମାର ପଣ୍ଡା ଓ ଅନ୍ୟ ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା

