ଫୁଲବାଣୀ,୨୮/୦୫,(ସୁନୀଲ ପଟ୍ଟନାୟକ):ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଫୁଲବାଣୀ ଲ୍ୟାମ୍ପସ୍ ର ପରିଚାଳନା ନିର୍ଦେଶକ ଭୀମସେନ ସାହୂ ଙ୍କ ତତ୍ତ୍ଵାବଧାନରେ ଗୁରୁବାର ସ୍ଥାନୀୟ ସତାନ ଞ୍ଜରି ଗ୍ରାମରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ଡାକ୍ତର ରାଜ ଲକ୍ଷ୍ମୀ ଦୁବେ ମେଡିକାଲ୍ ଅଫିସର୍ ( ଏମଏ ଚ ୟୁ) ଲୋକ ନାଥ ପ୍ରଧାନ, ଫାର୍ମାସିଷ୍ଟ, କମଳିନୀ ସେଠୀ (ଏ ଏନ୍ ଏମ) ଓ ଆ ଟେଣ୍ଡlଣ୍ଟ ଅନିଲ ପ୍ରଧାନ ପ୍ରମୁଖ ଯୋଗ ଦେଇ ଲୋକଂକ ସ୍ଵାସ୍ଥ୍ୟ ପରୀକ୍ଷା ସହ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟl ବୁଝି ଥିଲେ l ଆବଶ୍ୟକତା ଅନୁସାରେ ମାଗଣା ଔଷଧ ପ୍ରଦାନ କରଯାଇଥିଲା l ଏଥିରେ ଗ୍ରମର ଶତାଧିକ ଲୋକ ଯୋଗ ଦେଇ ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲ୍ୟାମ୍ପ ର ସଭାପତି ଚକ୍ରଧର ମଲିକ, ଲ୍ୟl ମ୍ପ ଋଣ ସହାୟକ ବିଷ୍ଣୁ ପ୍ରଧାନ, କ୍ଷୀରୋଦ କୁମାର ମିଶ୍ର, ବି ସି ସି ବି ବ୍ୟାଙ୍କ୍ ବ୍ରାଞ୍ଚ ମ୍ୟାନେଜର, ତ୍ରିଲୋଚନ ମହାପାତ୍ର ନିର୍ଦେଶକ,ଫୁଲବାଣୀ ଲ୍ୟମ୍ପ ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତ ଙ୍କ ସହଯୋଗ ରେ ସ୍ଵାସ୍ଥ୍ୟ ସେବା ଶିବିର ସଫଳତା ର ସହ ଅନୁଷ୍ଠିତ ହୋଇଥଲା l

