ଫୁଲବାଣୀ,୧୭/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହର ର ଆଇ ଟି ଆଇ ନିକଟ ଶ୍ରୀରାମ ନଗର ବାସୀଦା ଦୀର୍ଘ ୧୦ ଦିନ ହେବ ଲୋ ଭଲ୍ଟେଜ ସାଂଗକୁ ବିଦ୍ୟୁତ କାଟ ଯୋଗୁ ହନ୍ତସନ୍ତ ହେଇଛନ୍ତି.l ଲୋ ଭୋଲ୍ଟେଜ ପାଇଁ ଘାରେ ଥିବା ଫ୍ରିଜ, ପାଣି ମୋଟର କିଛି ବି ଚାଲୁ ନାହିଁ…ଯାହା ଦ୍ୱାରା ଲୋକମାନେ ବହୁତ ହଇରାଣ ହେଉ ଛନ୍ତି l. ଏବେ ଅସହ୍ୟ ଗରମ ସାଙ୍ଗକୁ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଚାଲିଥିବାରୁ ସମସ୍ତ ଙ୍କ ଘରେ କୁଣିଆ ଙ୍କ ଭିଡ ଲାଗିରହିଛି l ଏପରି ସ୍ଥଳେ ବାରଂବାର ବିଦ୍ୟୁତ କାଟ ଓ ଲୋ ଭୋଲ୍ଟ ସମସ୍ୟା ଅତିଷ୍ଟ କଲାଣି l ଏ ନେଇ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନି l ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଅଧୀନ ରେ ହୋଇଥିବାରୁ ଯନ୍ତ୍ରୀ ଙ୍କୁ ଫୋନ୍ କଲେ ସେ ଫୋନ ରିଶିଭ କରୁନାହାନ୍ତି l .. ଯଦି ଏହି ସମସ୍ୟା ର ସମାଧାନ ତୁରନ୍ତ କରାନଯାଏ ତେବେ ସ୍ଥାନୀୟ ବାସିନ୍ଦା ରାସ୍ତା ରୋକ କରିବେ ବୋଲି ଚେତାବନୀ ନେଇଛନ୍ତି… ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀରାମ ନଗର ବାସୀ ଦାବୀ କରିଛନ୍ତି l

