ଭଞ୍ଜନଗର,୧୮।୭(ନିଲୁ ବିଷୋୟୀ):ଭଞ୍ଜନଗର ପୁଲିସ ଶନିବାର ଚାରିଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବନ୍ଧୁକ ଓ ଗୁଳି ସହ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, କୋଦଳା ଥାନା ଛଚିନାର ଭୋଳା ନାହାକ, ବେଗୁନିଆପଡ଼ା ଥାନା ଭାବିନୀପୁରର ଭାଗୀରଥି ଗୌଡ଼, କବିସୂର୍ଯ୍ୟନଗର ଥାନା ଇଲାକାର ବେଲାରସେନ ସ୍ବାଇଁ ଓ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ବଂଶୀଧର ବିଶୋୟୀ। ସେମାନଙ୍କଠୁ ଗୋଟିଏ ବନ୍ଧୁକ, ଦୁଇ ରାଉଣ୍ଡ୍ ଗୁଳି ଏବଂ ଗୋଟିଏ ବୁଲେଟ୍ ଜବତ ହୋଇଥିବା ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ର ଓ ଥାନାଧିକାରୀ ଜୀବନାନନ୍ଦ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତକାଲି ରାତି ୧୧ଟାରେ ଏସ୍ଆଇ ଏସ୍.କେ.ସେଠୀ ଓ ଅନ୍ୟ କର୍ମଚାରୀମାନେ ଚକରା ବିଶୋୟୀ ଛକ ନିକଟରେ ଯାଞ୍ଚ କରୁଥିଲେ। ଏହି ସମୟରେ ୨ଟି ବାଇକ୍ରେ ଚାରିଜଣ ଯୁବକ କନ୍ଧମାଳ ପଟୁ ଆସିଥିଲେ। ପୁଲିସ ଟିମ୍କୁ ଦେଖି ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୁଣି କନ୍ଧମାଳ ଆଡ଼କୁ ପଳାଇବାକୁ ଚେଷ୍ଟା କରିଥିଲେ। ପୁଲିସ ସେମାନଙ୍କୁ ପିଛା କରି ଭଞ୍ଜନଗର ବ୍ରିଜ୍ ନିକଟରେ ଅଟକାଇଥିବା ବେଳେ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। କୌଶଳ କ୍ରମେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିବା ସହ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା। ପଚରାଉଚରା ବେଳେ ସେମାନେ କନ୍ଧମାଳରୁ ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଗୁଡ଼ିକୁ ସାଧାରଣତଃ ଏସ୍କର୍ଟ କରୁଥିବା ସ୍ବୀକାର କରିଥିବା ସୂଚନା ମିଳିଛି। ସମାଜରେ ଭାବେ ବେଆଇନ ବନ୍ଧୁକ ରଖି ଅପରାଧ ସୃଷ୍ଟି କରିବା ଭଳି ଅପସଂସ୍କୃତି ବିରୋଧରେ ଅଭିଯାନକୁ ଜୋର୍ଦାର କରାଯାଇଛି। ଭଞ୍ଜନଗର ପୁଲିସ ଉପଖଣ୍ଡର ବିଭିନ୍ନ ଥାନା ଇଲାକାରେ ବେଆଇନ ବନ୍ଧୁକ ରଖି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି। ଏହି ଅଭିଯାନ ଜାରି ରହିଥିବା ବେଳେ ଆଗାମୀ ଦିନରେ ଯେଉଁମାନେ ଏଭଳି ଅସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି, ସେମାନଙ୍କୁ ଧରିବା ଲାଗି ନିରନ୍ତର ପ୍ରୟାସ ଜାରି ରହିଥିବା ଏସ୍ଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ସମୀର କୁମାର ସେଠୀ, ଜ୍ୟୋତ୍ସ୍ନାମୟୀ ସାହୁ ଓ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
,ଭଞ୍ଜନଗର,୧୮।୭(ନିଲୁ ବିଷୋୟୀ):ଭଞ୍ଜନଗର ପୁଲିସ ଶନିବାର ଚାରିଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବନ୍ଧୁକ ଓ ଗୁଳି ସହ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, କୋଦଳା ଥାନା ଛଚିନାର ଭୋଳା ନାହାକ, ବେଗୁନିଆପଡ଼ା ଥାନା ଭାବିନୀପୁରର ଭାଗୀରଥି ଗୌଡ଼, କବିସୂର୍ଯ୍ୟନଗର ଥାନା ଇଲାକାର ବେଲାରସେନ ସ୍ବାଇଁ ଓ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ବଂଶୀଧର ବିଶୋୟୀ। ସେମାନଙ୍କଠୁ ଗୋଟିଏ ବନ୍ଧୁକ, ଦୁଇ ରାଉଣ୍ଡ୍ ଗୁଳି ଏବଂ ଗୋଟିଏ ବୁଲେଟ୍ ଜବତ ହୋଇଥିବା ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ର ଓ ଥାନାଧିକାରୀ ଜୀବନାନନ୍ଦ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତକାଲି ରାତି ୧୧ଟାରେ ଏସ୍ଆଇ ଏସ୍.କେ.ସେଠୀ ଓ ଅନ୍ୟ କର୍ମଚାରୀମାନେ ଚକରା ବିଶୋୟୀ ଛକ ନିକଟରେ ଯାଞ୍ଚ କରୁଥିଲେ। ଏହି ସମୟରେ ୨ଟି ବାଇକ୍ରେ ଚାରିଜଣ ଯୁବକ କନ୍ଧମାଳ ପଟୁ ଆସିଥିଲେ। ପୁଲିସ ଟିମ୍କୁ ଦେଖି ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୁଣି କନ୍ଧମାଳ ଆଡ଼କୁ ପଳାଇବାକୁ ଚେଷ୍ଟା କରିଥିଲେ। ପୁଲିସ ସେମାନଙ୍କୁ ପିଛା କରି ଭଞ୍ଜନଗର ବ୍ରିଜ୍ ନିକଟରେ ଅଟକାଇଥିବା ବେଳେ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। କୌଶଳ କ୍ରମେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିବା ସହ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା। ପଚରାଉଚରା ବେଳେ ସେମାନେ କନ୍ଧମାଳରୁ ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଗୁଡ଼ିକୁ ସାଧାରଣତଃ ଏସ୍କର୍ଟ କରୁଥିବା ସ୍ବୀକାର କରିଥିବା ସୂଚନା ମିଳିଛି। ସମାଜରେ ଭାବେ ବେଆଇନ ବନ୍ଧୁକ ରଖି ଅପରାଧ ସୃଷ୍ଟି କରିବା ଭଳି ଅପସଂସ୍କୃତି ବିରୋଧରେ ଅଭିଯାନକୁ ଜୋର୍ଦାର କରାଯାଇଛି। ଭଞ୍ଜନଗର ପୁଲିସ ଉପଖଣ୍ଡର ବିଭିନ୍ନ ଥାନା ଇଲାକାରେ ବେଆଇନ ବନ୍ଧୁକ ରଖି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି। ଏହି ଅଭିଯାନ ଜାରି ରହିଥିବା ବେଳେ ଆଗାମୀ ଦିନରେ ଯେଉଁମାନେ ଏଭଳି ଅସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି, ସେମାନଙ୍କୁ ଧରିବା ଲାଗି ନିରନ୍ତର ପ୍ରୟାସ ଜାରି ରହିଥିବା ଏସ୍ଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ସମୀର କୁମାର ସେଠୀ, ଜ୍ୟୋତ୍ସ୍ନାମୟୀ ସାହୁ ଓ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

