ବୁଗୁଡ଼ା,୧୯।୯(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଏନ ଏ ସି ପକ୍ଷରୁ ଏକ ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା ସ୍ଥାନୀୟ ଏମ୍ ସି ସି ଠାରେ ହୋଇଯାଇଛି । ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲର ଛାତ୍ରୀ ଛାତ୍ର ମାନେ ଯୋଗ ଦେଇ ବର୍ଜ୍ୟବସ୍ତୁ ବିଭାଗୀକରଣ, ଡଷ୍ଟବିନର ବ୍ୟବହାର, ବିଷୟରେ ଜାଣିବାକୁ ପାଇଥିଲେ। ବୁଗୁଡ଼ା ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ଙ୍କ ତତ୍ତ୍ଵାବଧାନରେ ସାନିଟେଶନ ସୁପର ଭାଇଜର ରାଜେନ୍ଦ୍ର ପ୍ରଧାନ ଛାତ୍ରୀ ଛାତ୍ର ମାନଙ୍କୁ ବର୍ଜ୍ୟବସ୍ତୁରୁ କିପରି ଜୈବିକ ଖତ ପ୍ରସ୍ତୁତ ହେଉଛି ଦେଖାଇବା ସହ ଆବର୍ଜନାର ବିଭାଗୀକରଣ, ପୁନଃ ବ୍ୟବହାର ଯୋଗ୍ୟ କିପରି କରିବା, ଇ ଆବର୍ଜନା ର ପୃଥକି କରଣ ଓ କାର୍ଯ୍ୟକାରିତା ସମ୍ପର୍କରେ ବୁଝାଇଥିଲେ। ଏହି ବିଷୟ ବସ୍ତୁ ଗୁଡ଼ିକୁ ନିଜ ପରିବାର ତଥା ଲୋକଙ୍କୁ ବୁଝାଇ ସଚେତନ କିପରି କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗାଇଡ୍ ଶିକ୍ଷକ ଭାବେ ବୈଷ୍ଣବ ଚରଣ ଦାଶ ଓ ନିବେଦିତା ମିଶ୍ର ଯୋଗ ଦେଇ ଥିବା ବେଳେ ରଞ୍ଜିତା ପାଢ଼ୀ, ରାଜେଶ୍ୱରୀ ମହାରଣାଙ୍କ ସମେତ ସମସ୍ତ ସଫେଇ କର୍ମଚାରୀ ସହଯୋଗ କରିଥିଲେ।

