ବୁଗୁଡ଼ା,ବାଲିପଦର:୦୪-୦୪:(ଡ. ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପରୀକ୍ଷାଗାର ସହାୟକ ସ୍ବର୍ଗତ ହିମାଂଶୁ ଶେଖର ମିଶ୍ରଙ୍କ ଦ୍ୱାଦଶାହ ଅବସରରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ରୋତର ମିଳିତ କର୍ମଚାରୀ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ଶୋକସଭା ଆୟୋଜିତ ହୋଇଯାଇଛି। ସ୍ବର୍ଗତ ମିଶ୍ରଙ୍କ ପୈତୃକ ଗାଁ ପ୍ରତାପ ଧନଞ୍ଜୟପୁର ଶାସନରେ ଅନୁଷ୍ଠିତ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ଯୁକ୍ତଦୁଇ ସ୍ରୋତର ଅଧ୍ୟକ୍ଷ ସରୋଜ କାନ୍ତ ଦାସ, ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ସେନାପତି, ବରିଷ୍ଠ ଅଧ୍ୟାପକ ଡକ୍ଟର ଏ ଜିତେଶ ରାଓ ଦୋରା, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ସନ୍ତୋଷ କୁମାର ପରିଡା, କ୍ରୀଡା ଅଧ୍ୟାପକ ଉମା ଶଙ୍କର ଗୌଡ଼, ନବଘନ ପ୍ରଧାନ, ଭଞ୍ଜ କିଶୋର ଗୌଡ଼, ମୁଦୁରାଜୂ ଦୋରା, ରମାକାନ୍ତ ରାଉତ, ନାରାୟଣ ବଡୁ, ପ୍ରଦେଶ ସ୍ୱାଇଁ, ବିଜୟ କୁମାର ଗୌଡ଼, ସଞ୍ଜୟ କୁମାର ରାଉତ ଯୋଗ ଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷା ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

