ଭଞ୍ଜନଗର,୧୬/୬ (ନିଲୁ ବିଶୋୟୀ):ରଜ ପର୍ବ ଜମିବାରେ ଲାଗିଛି। ଏଥିପାଇଁ ପୁରପଲ୍ଳୀ ଉତ୍ସବ ମୁଖର ହୋଇଥିବା ବେକଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଏହି ଅବସରରେ ଓଡ଼ିଶାର ପର୍ଯ୍ୟଟନରେ ସ୍ବତନ୍ତ୍ର ଆର୍କଷଣ କେନ୍ଦ୍ରବିନ୍ଦୁ ପାଲଟିଥିବା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ମଧ୍ୟ ରଜ ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଜି ରଜର ତୃତୀୟ ଦିବସ ପାଳନ ଅବସରରେ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଉପାନ୍ତ ପିଲାଙ୍କୁ ନେଇ କେବିରୀ ବ୍ରହ୍ମପୁର ନିକଟ ମା ବାସଙ୍ଗ ଦେବୀ ପୀଠ ଠାରେ କୁନି ପିଲାଙ୍କୁ ନେଇ ରଜ ମଉଜ ପାଳନ କରାଯାଇଛି। ଏଥିରେ ପିଲା ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ,ନୃତ୍ୟ,ମ୍ୟୁଜିକ ଚେୟାର ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ପିଠା ଖାଇ, ଦୋଳିରେ ସମସ୍ତେ ଝୁଲିବା ସହ ରଜ ପାନର ମଜା ନେଇଥିଲେ। ଏଥିରେ ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର,ରୋଟାରୀ କ୍ଳବ ସଭାପତି ରଞ୍ଜିତ କୁମାର ବାରିକ,ଶିକ୍ଷୟତ୍ରୀ ଦୀପ୍ତାଂଶୁ ପ୍ରଭାଦେବୀ,ଶୂଳପାଣୀ ଶତପଥୀ,ସ୍ନେହଲତା ପାଣିଗ୍ରାହୀ,ସୀମାଞ୍ଚଳ ପଟ୍ଟନାୟକ,ସୁକାନ୍ତ ଦିଗାଲ,ପବିତ୍ର ମୋହନ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ପୁରସ୍କୃତ କରିବା ସହ ପୋଡ ପିଠା ଓ ଚକଲେଟ ପ୍ରଦାନ କରିଥିଲେ। ଏଥିରେ ଅରକ୍ଷିତ ପରିଚ୍ଛା,ପ୍ରଦିପ କୁମାର ଜେନା,ଲିଙ୍ଗରାଜ ନାୟକ,ପ୍ରମୋଦ କୁମାର ପ୍ରଧାନ,ପଞ୍ଚାନନ ପ୍ରଧାନ,ସୁଧୀର ଗୌଡ,ସିଏଚ୍ ଭାର୍ଗବ ପାତ୍ର,ଶାନ୍ତୁନ କୁମାର ଭୂୟାଁ,ପ୍ରଶାନ୍ତ କୁମାର ରାଉତ,ଶିବରାମ ପ୍ରଧାନ,ଝୁନା ନାୟକ,ଅମିତ ଚୌଧୁରୀ,ବୁଲୁ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଗତ କିଛି ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ରଜ ସମୟରେ ଦିନ ବେଳା ଗରମ ହେଉଥିବା ବେଳେ ଅପରାହ୍ନ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ କରିଲିକ୍ଷିତ ହେଉଛି। ପାଗ ଅନୁକୂଳ ଯୋଗୁ ଚଳିତ ବର୍ଷ ରଜ ଯେପରି ଫିକା ପଡି ନଯାଏ, ସେଥିପାଇଁ ଲୋକେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ସହରର ଠାରୁ ମଧ୍ୟ ଗାଁ ଗହଳିରେ ରଜକୁ ଧୁମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ସହରରେ ପ୍ରଥମ ଥର ପାଇଁ ଆର୍ବିଏସ୍ କନସଲଟାଣ୍ଟ ପକ୍ଷରୁ ରଜ କୁଇନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଅନ୍ତିମ ଉତ୍ସବ ପାଳିତ ହୋଇଛି।

