ଖଜୁରୀପଡ଼ା:ଜନବାଣୀ, ୨୪/୬(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀ ପଡା ବ୍ଲକ ସଦରମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ମଙ୍ଗଳବାର ଅପରାହ୍ନରେ ବିକାଶ ଧାରା ଓଡ଼ିଶା ସାରା ମାଧ୍ୟମରେ ଖଜୁରୀପଡ଼ା ପଞ୍ଚାୟତ ସମିତି ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଦିବାସୀ ସ୍ୱତନ୍ତ୍ର ଉନୟନ ପରିଷଦ ପ୍ରତିନିଧି ତଥା ଖଜୁରୀପଡ଼ା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ସ୍ଥାନୀୟ ସରପଞ୍ଚ ମନୋରଞନୀ ଜାନୀ, ଖଜୁରୀପଡ଼ା ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି , ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ଗୋଷ୍ଠୀ ମଙ୍ଗଳ ଅଧିକାରୀ ରାଜେଶ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ଓ ବିଭିନ୍ନ ଅଧିକାରୀ ମାନେ ଅନୁସୂଚିତ ଜାତି ଓ ଜନଜାତିର ବିକାଶ ପାଇଁ ସରକାରଙ୍କର ଯୋଜନା, ନୀତି ନିୟମ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଜମି ଅଧିକାର, ଅନୁସୂଚିତ ଜାତି ଓ ଜନଜାତି ଆକ୍ଟ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇବା ସହିତ ଭିଡିଓ ମାଧ୍ୟମରେ ଦେଖାଇଥିଲେ । ତାପରେ ଅନୁସୂଚିତ ଜାତି ଓ ଜନଜାତିର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରାୟ ୩୦ ରୁ ଉର୍ଦ୍ଧ ବ୍ୟକ୍ତିକୁ ସମ୍ମାନୀତ କରିଥିଲେ । ତଦ ସହିତ ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀ ପତି ନିଜ ପକ୍ଷରୁ ୧୦ ଟି ଟିମକୁ ଖେଳ ଉପକରଣ ବଣ୍ଟନ କରିଥିଲେ । ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାର ମନୋଜ କୁମାର ସାହୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

