ଫୁଲବାଣୀ,୧୭।୦୯(ସୁନୀଲ ପଟ୍ଟନାୟକ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ସେବା ସମର୍ପଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୭ ସେପ୍ଟେମ୍ବର ରୁ ୨୦୨୬ରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ସମଗ୍ରକନ୍ଧମାଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ ପାଳନ ହେବ ବୋଲି ଜିଲ୍ଲାବିଜେପି ସଭାପତି ପଣ୍ଡିତ ବିସିମାଝୀଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ଏସ ଡି ସି ଚେୟାରମ୍ୟାନ ମାନଗୋବିନ୍ଦ ପ୍ରଧାନ,ସାଧାରଣ ସମ୍ପାଦକ ସଞ୍ଜିତ ମଣ୍ଡଳ,ସ୍ୱରୂପା ନନ୍ଦ ପଟ୍ଟନାୟକ,ଜିଲ୍ଲା ସଂଯୋଜକ ଦେବେନ୍ଦ୍ର କୁଦେଇ,ସାଧାରଣ ସମ୍ପାଦକ ସୁକାନ୍ତ ସାହୁ,ଯୁବ ମୋର୍ଚ୍ଚା ସଭାପତି ଦିବ୍ୟ ରଞ୍ଜନ ଡାକୁଆ,ନଗରସଭାପତି ଜଗନ୍ନାଥ ସାହୁଙ୍କ ସମେତ ଅନ୍ୟ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ l ଏହି ସମ୍ମିଳନୀ ରେ ଜିଲ୍ଲା ସଭାପତି କହିଛନ୍ତି ଯେ ଆମ ମାନ୍ୟବର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଜୀଙ୍କ ନିର୍ଦେଶ ଅନୁସାରେ ବିଜେପି ପ୍ରତି ବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ “ସେବା ପକ୍ଷ” ପାଳନ କରେ, କିନ୍ତୁ ଏଥର ଏକ ଆନନ୍ଦଦାୟକ ସଂଯୋଗ ୦୭ ଅକ୍ଟୋବର ୨୦୨୬ ରେ ପ୍ରଧାନମନ୍ତ୍ରୀ ଜଣେ ସାମ୍ବିଧାନିକ ମୁଖ୍ୟ (ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ) ଭାବରେ ଜନସେବାରେ ୨୫ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ତେଣୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଜନସେବା ଏବଂ ସମର୍ପଣର ବାର୍ତା ପହଁଚାଇବା ପାଇଁ ଏକ ମାସବ୍ୟାପୀ “ସେବା ସଂକଳ୍ପ ଅଭିଯାନ” ପାଳନ କରିବାକୁ ନିଷ୍ପତି ନିଆଯାଇଥିବା କହିଥିଲେ l ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ସେବା, ସୁଶାସନ ଏବଂ କଲ୍ୟାଣକାରୀ ଯୋଜନା ଦ୍ବାରା ଆସିଥିବା ପରିବର୍ତନକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ନେବା ଏବଂ “ବିକଶିତ ଭାରତ ୨୦୪୭”ର ସଂକଳ୍ପକୁ ସୁଦୃଢ଼ କରିବା । ୭ ଅକ୍ଟୋବର ୨୦୨୬ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଜନସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ କରିବେ । ୦୭ ଅକ୍ଟୋବର ୨୦୦୧ ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ ଏବଂ ବିଗତ ୨୫ ବର୍ଷ ମଧ୍ୟରେ ସେ ଜନସେବାକୁ ରାଷ୍ଟ୍ରସେବାରେ ରୂପାନ୍ତରିତ କରିବାର ନୀତି ଦ୍ବାରା ପରିଚାଳିତ ହୋଇ ନିଜର ସେବା ଯାତ୍ରାକୁ କ୍ରମାଗତ ଭାବରେ ଆଗେଇ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସମଗ୍ର କାର୍ଯ୍ୟକାଳକୁ ପ୍ରଥମ ଦିନରୁ ହିଁ ତାଙ୍କ ମନରେ ଥିବା ଉଦ୍ଦେଶ୍ୟ ଏବଂ ମାର୍ଗଦର୍ଶକ ନୀତିର ଦୃଷ୍ଟିକୋଣରୁ ଦେଖାଯାଇପାରେ, ଯାହାକୁ ସଂକଳ୍ପରୁ ସିଦ୍ଧିରେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଇଛି । ୨୫ କୋଟି ଗରିବ ପରିବାରକୁ ଗରିବୀରୁ ବାହାରକୁ ଆଣିବାରେ ସଫଳତା ତାଙ୍କ ନେତୃତ୍ବ ଏବଂ ଦୂରଦୃଷ୍ଟିର ଫଳାଫଳ । ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା, ୧୦୦ କୋଟିରୁ ଅଧିକ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନା ଅଧୀନକୁ ଆଣିବା ଏବଂ ୧୨ କୋଟି ଶୌଚାଳୟ ନିର୍ମାଣ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ସୃଷ୍ଟି ତାଙ୍କ ପ୍ରଚେଷ୍ଟାର ଫଳାଫଳ । ୨୦୦ କୋଟି ମାଗଣା କୋଭିଡ-୧୯ ଟିକା ଦେବା ଏବଂ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରିବା ସାଧାରଣ ସଫଳତା ନୁହେଁ । ଏଗୁଡ଼ିକ ସାଧାରଣ ପରିବର୍ତ୍ତନ ନୁହେଁ; ବରଂ ଏହା ସାଧାରଣ ଲୋକଙ୍କ ଜୀବନରେ ଆଣିବାକୁ ଚାହୁଁଥିବା ରୂପାନ୍ତର ଏବଂ ସେମାନଙ୍କ ଜୀବନଶୈଳୀକୁ ସୁଧାରିବାର ପ୍ରୟାସକୁ ଦର୍ଶାଏ ବୋଲି କହିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ଯାତ୍ରା ଜଣେ ସାଧାରଣ କାର୍ଯ୍ୟକର୍ତା ଭାବରେ ଆରମ୍ଭ ହୋଇଥିଲେହେ ଆଜି ଦେଶର “ପ୍ରଧାନ ସେବକ” ଭାବରେ ସେ ଯେଉଁଭଳି କାର୍ଯ୍ୟକୁ ଆଗେଇ ନେଇଛନ୍ତି, ତାହା ତାଙ୍କର ସ୍ପଷ୍ଟ ଦୂରଦୃଷ୍ଟି ଏବଂ ଦୃଢ଼ ସଂକଳ୍ପର ଫଳାଫଳ । ଯେତେବେଳେ ସେ ଦେଶର ନେତୃତ୍ବ ନେଲେ, ସାରା ଦେଶରେ ନିରାଶା ଏବଂ ଅନ୍ଧକାରର ପରିବେଶ ଥିଲା । ଏବେ କିନ୍ତୁ ଭାରତ ବିଶ୍ବର ସବୁଠାରୁ ଦ୍ରୁତ ବିକାଶଶୀଳ ଅର୍ଥନୀତି ଭାବରେ ଉଭା ହେଉଛି । ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତ ଯେଉଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି, ଭାରତର ବିଶ୍ୱସନୀୟତା ଏବଂ ସମ୍ମାନରେ ଯେଉଁ ନିରନ୍ତର ବୃଦ୍ଧି ଘଟିଛି ବୋଲି ସଭାପତି ପଣ୍ଡିତ ବିଶି ମାଝୀ କହିଥିଲେ l

