ଚିକିଟି,୧୨/୪:(ନିଗମାନନ୍ଦ ପଣ୍ଡା ): ଚିକିଟି ବିଜ୍ଞାପିତ ଅଞ୍ଚଳ ଅଧୀନ ଚିକିଟି ପେଣ୍ଠ ପଦ୍ମ ନଗର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ନିକଟରେ କ୍ରୟ କରିଥିବା ଖାତା ନମ୍ବର: ୧୭୯/୪୧୮୯ ଏକ ବିବାଦୀୟ ଜମିକୁ ନେଇ ସଙ୍ଗୀନ ଅଭିଯୋଗ ଆସିଛି , ଶିଶୁ ମନ୍ଦିର ବେଆଇନ ଭାବେ ଦଶ ଗୁଣା ଚଢା ଦରରେ କିଣିଥିବା ବୁଦା ଜଙ୍ଗଲ ଓ ନାଳ କିସମ ଜମିକୁ ସମତୁଲ କରିବା ପାଇଁ ବେଆଇନ ଭାବେ ଜେସିବି ଲଗାଇ ଟ୍ରାକ୍ଟର ଦ୍ୱାରା ମାଟି ଆଣି ପକାଯାଉଛି। ସରକାରୀ ନିୟମାନୁସାରେ ୬ ଇଞ୍ଚ ମାଟି ଖୋଳା ଯାଏଁ ତହସିଲଦାର ଅନୁମତି ଆବଶ୍ୟକ ତାଠାରୁ ଅଧିକ ହେଲେ ଉପଜିଲ୍ଲାପାଳ କିମ୍ବା ଜିଲ୍ଲାପାଳ ଙ୍କ ଅନୁମତି ଆଣିବା କଥା କିନ୍ତୁ କୌଣସି ଅନୁମତି ନଥାଇ ଶିଶୁ ମନ୍ଦିର କତୃପକ୍ଷ ବେଆଇନ ଭାବେ ମାଟି ଖୋଳି ସମତୁଲ କରୁଛି, ଯାହା ଚିକିଟି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ରାଜସ୍ୱ ବିଭାଗ, ଖଣି ବିଭାଗ ଓ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠୁଛି। ଜମିର କିସମ ପରିବର୍ତ୍ତନ ହୋଇନଥିବା ସତ୍ୱେ ତହସିଲ ପ୍ରଶାସନଙ୍କ ଜାଣତରେ ସେଠାରେ ମାଟି ପକାଇବା ଘଟଣା କେବଳ ଆଇନର ଉଲ୍ଲଂଘନ ନୁହେଁ, ବରଂ ପ୍ରଶାସନିକ ଅବହେଳା କିମ୍ବା ଶଢ଼ଯନ୍ତ୍ରକୁ ସ୍ପଷ୍ଟ ସଙ୍କେତ ଦେଇଛି ।ରାଜସ୍ୱ ଆଇନ ଅନୁଯାୟୀ, କୌଣସି ଜମିର କିସମ ପରିବର୍ତ୍ତନ ବିନା ସେଥିରେ ମାଟି ପକାଇବା କିମ୍ବା ଭୂମିକୁ ସମତଳ କରିବା ସଂପୂର୍ଣ୍ଣ ଅବୈଧ।ଏହି ବେଆଇନ କାର୍ଯ୍ୟ କାହା ଛତ୍ରଛାୟା ତଳେ ଚାଲିଛି? ତାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ସାଧାରଣ ଲୋକ ଯଦି ଏମିତି କାର୍ଯ୍ୟ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉଛି ; କିନ୍ତୁ ଏଠାରେ ପ୍ରଶାସନ ନିର୍ବାକ ଦର୍ଶକ କାହିଁକି? ବୋଲି ପ୍ରଶ୍ନ ଉଠିଛି। ଏହା କେବଳ ଏକ ଜମି ବିବାଦ ନୁହେଁ—ଏହା ସରକାରୀ ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ଏକ ଆଘାତ। ଏବେ ଆବଶ୍ୟକ, ଏହି ଘଟଣାର ନିଷ୍ପକ୍ଷ ତଦନ୍ତ ହେଉ ଓ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ। ନହେଲେ, ଏପରି ଘଟଣା ସମାଜରେ ଏକ ଖରାପ ସନ୍ଦେଶ ଦେବ, ଆଇନ ସମସ୍ତଙ୍କ ପାଇଁ ସମାନ। ଏନେଇ ଶିଶୁ ମନ୍ଦିର କତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ରବିବାର ଚୁଟି ଦିନ ଥିବାରୁ ତହସିଲଦାର କିମ୍ବା ଜିଲା ଖଣି ଅଧିକାରୀଙ୍କ ଙ୍କ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ।

