ଚିକିଟି,୨୯/୫,(ନିଗମାନନ୍ଦ ପଣ୍ଡା):ଚିକିଟି ନିର୍ବାଚନ ମଣ୍ଡଳୀରେ ଡାକ୍ତର ଅଭାବ ସାଙ୍ଗକୁ ଗଞ୍ଜାମ ଜିଲ୍ଲାରେ ବି ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ସାଧାରଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଏମ କେ ସି ଜି କୁ ଯାଇଥିବା ଚିକିଟି ବ୍ଲକ ଚେୟାରମ୍ୟାନ ଶ୍ରୀ ଆପନ୍ନା ସେଠୀ ଙ୍କୁ ସମୟୋଚିତ ଭାବେ ଚିକିତ୍ସା ନକରିବା ଗଞ୍ଜାମ ଜିଲ୍ଲା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାର ଜ୍ୱଳନ୍ତ ଉଦାହରଣ। ସେହିପରି ଚିକିଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣ ଡାକ୍ତର ପୋଷ୍ଟିଂ ହୋଇଥିବା ବେଳେ କେବଳ ଜଣେ ଦୁଇଜଣ ଡାକ୍ତର ବଦଳ ପ୍ରକ୍ରିୟାରେ ଉପସ୍ଥିତ ରହୁଥିବା ପରିତାପର ବିଷୟ। ଏହା ସାଙ୍ଗକୁ ଚିକିଟି ସି ଏଚ୍ ସି ଅଧୀନରେ ରହିଥିବା ନୂଆପଡ଼ା, କରବାଲୁଆ, ସୋରଳ , ସୁମାଣ୍ଡି, କୋଟଲିଙ୍ଗି ପ୍ରଭୁତି ପି ଏଚ୍ ସି ଗୁଡିକରେ କେହି ଡାକ୍ତର ନଥିବା ଯୋଗୁଁ ଅଞ୍ଚଳବାସି ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧରେ ଔଷଧ କୁ ପୋଡ଼ି ଦିଆଗଲା। ଯାହାର ବିଷାକ୍ତ ଧୁଆଁ ଯୋଗୁଁ ସ୍ଥାନୀୟ ଜନ ସାଧାରଣ ଅସ୍ତବ୍ୟସ୍ତ ହୋଇଗଲେ। ଏପରି ସମସ୍ତ କାର୍ଯ୍ୟ କୁ ଚିକିଟି ବିଧାୟକ ମହୋଦୟ ଜାଣିଶୁଣି ଚୁପ୍ ରହୁଛନ୍ତି କାହିଁକି। ଚିକିଟି ଏରେଣ୍ଡରା ଗ୍ରାମର ପାଞ୍ଚଜଣ ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବିଷୟ ଅତୀବ ଦୁଃଖଦାୟକ ଘଟଣା। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଳପଡ଼ା ଗ୍ରାମର ଦୁର୍ଘଟଣାରେ ମୃତ୍ୟ ବରଣ କରିଥିବା ବ୍ୟକ୍ତିଙ୍କୁ ରେଡକ୍ରସ କିମ୍ବା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପ୍ରଦାନ ନକରିବା ବିଷୟ ମୃତାହତଙ୍କ ପ୍ରତି ସରକାରୀ ଯୋଜନା ର ପାତରଅନ୍ତର ନୀତି ଅଟେ। ଅତିଶୀଘ୍ର ପ୍ରଶାସନ ସେହି ପରିବାରଙ୍କୁ ଯଥୋଚିତ ସମ୍ମାନ ଦେଇ ସହାୟତା ପ୍ରଦାନ କରିବାକୁ ଦାବି ରଖିଛନ୍ତି ଶ୍ରିରୁପ ଦେବ। ନୂଆ ସରକାର ସାଙ୍ଗକୁ ନୂଆ ବିଧାୟକ ମହୋଦୟ ପକ୍ଷପାତିତା ନରଖି ସମସ୍ତଙ୍କୁ ସମାନ ନଜରରେ ରଖି ସହାୟତା ପ୍ରଦାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ଦାବୀ ରଖିଛନ୍ତି ବିଧାୟକ ପାର୍ଥି ଚିନ୍ମୟାନନ୍ଦ ଶ୍ରୀରୁପ୍ ଦେବ।

