କୋଦଳା:ଜନବାଣୀ,୨୨/୦୬(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଗୁନିଆପଡ଼ା ପୋଲିସ ।ଗତକାଲି ମହିଳା ଜଣକ ଏନେଇ ବେଗୁନିଆପଡ଼ା ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ସଞ୍ଜୟ ମଲ୍ଲିକଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ସୂଚନା ମୁତାବକ ଗତ ୧୫ ଦିନ ତଳେ ମହିଳା ଜଣଙ୍କ ଘର ବାରିପଟେ ବାସନ ସଫା କରୁଥିବା ବେଳେ ଏକୁଟିଆ ପାଇ ମହିଳାଙ୍କୁ ଜୋର୍ ଜବରଦସ୍ତ ଟଣାଓଟରା କରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସଞ୍ଜୟ। ମହିଳା ଜଣଙ୍କୁ ଭୟଭୀତ କରାଇ ଘଟଣା କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ।ଘଟଣା ପରେ ପୁଣି ଶାରୀରିକ ସଂପର୍କ ରଖିବା ପାଇଁ ଚାପ ପକାଇଥିଲେ ଅଭିଯୁକ୍ତ। ଫଳରେ ବାଧ୍ୟହୋଇ ନିଜ ଭାଇକଂ ସହିତ ବେଗୁନିଆପଡ଼ା ଥାନାର ଦ୍ବାରସ୍ଥ ହୋଇଥିଲେ ପିଡିତା ମହିଳା। ଆଜି ପିଡିତାଙ୍କ ବୟାନ ରେକର୍ଡ କରିବା ସହ ଏନେଇ କେଶ ନମ୍ବର ୩୩୧ ଅନୁସାରେ ଅଭିଯୁକ୍ତ ସଞ୍ଜୟ ମଲ୍ଲିକଙ୍କୁ ଗିରଫ କରି ( U/S-64(1)/351(2) BNS) କୋର୍ଟ ଚାଲାଣ କରାଯାଇଥିବା ନେଇ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି।

