ଖୋର୍ଦ୍ଧା,୩୧/୦୫,(କେଦାର ନାଥ ସାହୁ):ଗୋଡିପୋଖରୀ ଠାରେ ଥିବା ବ୍ରହ୍ମାକୁମାରୀ ସେବା କେନ୍ଦ୍ର ପରିସରରେ ସକାଳ ୮ଘଟିକାରେ”ବିଶ୍ବ ତମାଖୁ ବର୍ଜନ ଦିବସ”ପାଳନ କରାଯାଇ ଥିଲା। ଏହାର ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲାର ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀ ଯୋଗଦାନ କରି ନିଶା କିଛି ସମୟ ପାଇଁ କ୍ଷଣସ୍ଥାୟୀ ସୁଖ ପ୍ରଦାନ କରି ମନୁଷ୍ୟ ଜୀବନକୁ ବରବାଦ କରିଦିଏ ବୋଲି କହିଥିଲେ।ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ନିଶା ମୁକ୍ତି ପାଇଁ ମାନସିକ ଦୃଢତା ଜରୁରୀ ବୋଲି କହିଥିଲେ। ଏହା ପରେ ଖୋର୍ଦ୍ଧା ଜିଲ୍ଲା କାରାଗାର ପରିସରରେ ଏହାର ଅଧିକ୍ଷକ ଶ୍ରୀ ରାଜିବ କୁମାର ଦାସ ଙ୍କ ସଭାପତିତ୍ବରେ ଏକ ନିଶାମୁକ୍ତ ସଭାରେ ୨୦୦ରୂ ଉର୍ଦ୍ଧ୍ୱ ଅନ୍ତେବାସୀ କେୟେଦୀ ଭାଇମାନେ ଯୋଗଦାନ କରି ନିଶା ବର୍ଜନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଶେଷରେ ବ୍ରହ୍ମାକୁମାରୀ ଖୋରଧା ସେବାକେନ୍ଦ୍ର ତରଫରୁ”ଜ୍ଞାନ ଦର୍ପଣ” ମାସିକ ଆଧ୍ୟାତ୍ମିକ ପତ୍ରିକା ସମସ୍ତ ଙ୍କୁ ବଣ୍ଟନ କରାଯିବା ସହିତ ନିଶା ମୁକ୍ତି ର ଶିକ୍ଷା ଦିଆଯାଇ ଥିଲା। ଉପ ସହକାରାପାଳ ଶ୍ରୀ ଦୟାମୟ ମଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ଏଥି ସହିତ ପଲ୍ଲାରେ ଥିବା ନିଶା ନିବାରଣ ସଂସ୍ଥା ମୁକ୍ତି ଫାଉଣ୍ଡେସନ ରେ ୨୫ ଜଣ ଓ ଗୋଡିପୋଖରୀ ଠାରେ ଥିବା ନିଶା ନିବାରଣ ସଂସ୍ଥା ଜୀବନ ଆଶାରେ ୧୫ଜଣ ଅନ୍ତେବାସୀ ନିଶାଡି ଭାଇମାନଙ୍କୁ ନିଶାମୁକ୍ତ ହେବାର ଶିକ୍ଷା ପ୍ରଦାନ କରାଯାଇଥିଲା।

