ବୁଗୁଡ଼ା,୧୪/୭(ଡ.କୁମୁଦ ଚନ୍ଦ୍ର ବେହେରା):ଏନଏସି ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ବୁଗୁଡ଼ା ନୂଆ ବସଷ୍ଟାଣ୍ଡ ନିର୍ମାଣ ହୋଇଛି। ହେଲେ ଏଥିରେ ଯାତ୍ରୀଙ୍କୁ ବିଶେଷ ସୁବିଧା ମିଳୁନି। ବସଷ୍ଟାଣ୍ଡରେ କେବଳ ଦୋକାନ ଗୃହ ନିର୍ମାଣ କରି ବେପାରୀଙ୍କୁ ଭଡ଼ା ସୂତ୍ରରେ ପ୍ରଦାନ କରାଯାଇଛି। ହେଲେ ଗାଡ଼ିକୁ ଅପେକ୍ଷା କରି ରହୁଥିବା ଯାତ୍ରୀଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ ନାହିଁ। ମୁଣ୍ଡଫଟା ଖରା ଓ ବର୍ଷାରେ ଯାତ୍ରୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।ଦୈନିକ ଶତାଧିକ ଯାନବାହନ ଏହି ବସଷ୍ଟାଣ୍ଡ ଦେଇ ଚଳାଚଳ ହେଉଛି। ହେଲେ ଏହି ଗାଡ଼ିକୁ ଅପେକ୍ଷା କରିବାକୁ ଯାତ୍ରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନର ବ୍ୟବସ୍ଥା ନାହିଁ। ଫଳରେ ଖରା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଯାତ୍ରୀ ବାର ଦୁଆର ହେଉ ଥିବା ବେଳେ ସେମାନଙ୍କୁଲୋକଙ୍କ ଛି ଛାକର ଶୁଣିବାକୁ ପଡୁଛି।ପ୍ରଶାସନ ନିକଟରେ ପ୍ରତୀକ୍ଷାଳୟ ନିର୍ମାଣ ପାଇଁ ବହୁଦିନ ହେଲା ଦାବି ହେଉଥିଲେମଧ୍ୟ ପ୍ରଶାସନ ଶୁଣୁନି। ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

