ଭଞ୍ଜନଗର,୧୩/୪:(ନିଲୁ ବିଷୋୟୀ):ପିଏମଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ବ୍ଲକର ଓଷ୍ଟା ସାମ୍ବିଧାନିକ ସମ୍ମିଳନୀ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଳା ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା,ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପୋଲାଇ,ଜିଲ୍ଳା ଉପଦେଷ୍ଟା ଭିକାରୀ ଚରଣ ଗୌଡ଼,ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥିଭାବେ ପ୍ରଫେସର କୃତ୍ତିବାସ ବିଶ୍ୱାଳ ଯୋଗଦେଇ ଓଷ୍ଟାର କାର୍ଯ୍ୟକ୍ରମ, ସଂଗଠନ, ବିଭିନ୍ନ ସମସ୍ୟାର ସମାଧାନ କରୁଥିବା ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷୟିତ୍ରୀ ଉଷା ଦାସ ପ୍ରାରମ୍ଭିକ ସଂଗୀତ ଏବଂ ସମ୍ପାଦକ ଗୌରୀନନ୍ଦନ ହୋତ୍ତା ସମ୍ପାଦକୀୟ ବିବରଣୀ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ନୂତନ ବ୍ଲକ କମିଟି ଗଠନ କରାଯାଇଛି। ଏଥିରେ ସଭାପତି ଭାବେ ଉମାକାନ୍ତ ନାହାକ,ଉପସଭାପତି ଭାବେ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ବୈଜନ୍ତିମାଳା ପ୍ରିୟଦର୍ଶିନୀ,ହୃଷିକେଶ ନାୟକ,ସମ୍ପାଦକ ଭାବେ ସତ୍ୟବାନ ସାହୁ,ଯୁଗ୍ମସମ୍ପାଦକ ଭାବେ ଶେଷଦେବ ସାହୁ,ପ୍ରଦୀପ କୁମାର ଗୌଡ଼,ରୀତା ସାହୁ,ଜିଲ୍ଳା ସଦସ୍ୟ ଭାବେ ମନୋରଞ୍ଜନ ପଣ୍ଡା,ଲଷ୍ମୀଧର ସଂଗ୍ରାମସିଂ,ରାଜ୍ୟ ସଦସ୍ୟ ଭାବେ କାମରାଜୁ ଗୌଡ଼,ମହେନ୍ଦ୍ର କୁମାର ଘଡେଇ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ବାସନ୍ତୀ ପାଣିଗ୍ରାହୀ,ସନ୍ତୋଷ କୁମାର ଜେନା, ଦିଲ୍ଲୀପ କୁମାର ସ୍ୱାଇଁ, ସରୋଜଲଷ୍ମୀ ଦାସ, ରାଜଲଷ୍ମୀ ସେଠୀଙ୍କୁ ନିର୍ବାଚିତ କରାଯିବା ପରେ ଜିଲ୍ଳା ସମ୍ପାଦକ ଶ୍ରୀ ବେହେରା ଶପଥ ପାଠ କରାଇଥିଲେ। ପରେ ନବନିର୍ବାଚିତ ସଭାପତି ନିଜର ବକ୍ତବ୍ୟ ରଖି ଧନ୍ୟବାଦ ପ୍ରଦାନ କରିଥିଲେl ଏଥିରେ ୨୦ଟି ବିଦ୍ୟାଳୟରୁ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଯୋଗ ଦେଇଥିଲେ। ବୁଗୁଡ଼ା, ବେଲଗୁଣ୍ଠା ଓ ସୋରଡ଼ା ବ୍ଲକରୁ ଓଷ୍ଟା କର୍ମକର୍ତ୍ତା ଯୋଗ ଦେଇଥିଲେ। ଆଗାମୀ ଜିଲ୍ଳା ସମ୍ମିଳନୀ ସଂର୍ପକରେ ମଧ୍ୟ ଆଲୋଚନା କରାଯାଇଥିଲା।

