ବୋଲଗଡ଼,୩/୮(ସୁଶାନ୍ତ କୁମାର ପ୍ରଧାନ):ଜନ ଅଧିକାର ମଞ୍ଚ (JAM) ପକ୍ଷରୁ ଭୂଇଁପୁର ଶିଳ୍ପାଞ୍ଚଳରେ ସ୍ଥାନୀୟ ଅଧିବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ପ୍ରଦାନ ଦାବିରେ ଏକ ଜନ ଆନ୍ଦୋଳନ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବରମୁଳେଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜନ ଅଧିକାର ମଞ୍ଚର ସଭାପତି ଅକ୍ଷୟ ରାଉତରାୟ, ସମ୍ପାଦକ ଶିବ କୁମାର ମୁନି, କୋଷାଧ୍ୟକ୍ଷା ପ୍ରଭାତୀ ସାହୁଙ୍କ ସମେତ ସଂଗଠନର ବରିଷ୍ଠ ନେତୃତ୍ୱ ମଣ୍ଡଳୀ, କର୍ମକର୍ତ୍ତା ଓ ବହୁ ସଂଖ୍ୟକ ସ୍ଥାନୀୟ ଯୁବକ-ଯୁବତୀ ଉପସ୍ଥିତ ଥିଲେ।ବୈଠକରେ ଭୂଇଁପୁର ଶିଳ୍ପାଞ୍ଚଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତିରେ ପ୍ରାଥମିକତା, ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟଙ୍କ ଅଂଶଗ୍ରହଣ ବୃଦ୍ଧି ଏବଂ ଏହି ଦାବି ପୂରଣ ପାଇଁ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଜନ ଆନ୍ଦୋଳନକୁ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସଭାପତି ଅକ୍ଷୟ ରାଉତରାୟ କହିଥିଲେ ଯେ, ଅଞ୍ଚଳର ବିକାଶ ସହିତ ସ୍ଥାନୀୟ ଲୋକଙ୍କ ରୋଜଗାର ସୁନିଶ୍ଚିତ ହେବା ଆବଶ୍ୟକ। ସମ୍ପାଦକ ଶିବ କୁମାର ମୁନି କହିଥିଲେ ଯେ, ସ୍ଥାନୀୟ ଅଧିବାସୀଙ୍କ ନ୍ୟାୟସଙ୍ଗତ ଅଧିକାର ସୁରକ୍ଷା ପାଇଁ ଜନ ଅଧିକାର ମଞ୍ଚ ସର୍ବଦା ଲଢ଼େଇ ଜାରି ରଖିବ।”ଆମ ପାଣି ଆମ ଜଙ୍ଗଲ ଆମ ମା ମାଟି” “ଆମ ଅଞ୍ଚଳ ଭାଇ ଭଉଣୀଙ୍କୁ ଦିଅ ନିଯୁକ୍ତି”ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଗଢି ଉଠିଥିବା ଶିଳ୍ପ ଅନୁଷ୍ଠାନର ସଂଲଗ୍ନ ସମସ୍ତ ପଞ୍ଚାୟତ ଗୁଡିକରେ ଥିବା ଶିକ୍ଷିତବେକାର ଯୁବକଯୁବତୀ ମାନଙ୍କୁ ସଚେତନ ଏବଂ ସଂଗଠିତ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଅଗଷ୍ଟ ୩୦ ନିଯୁକ୍ତି ଆନ୍ଦୋଳନ ପାଇଁ ସାଧାରଣ ସଭା। ଅଗଷ୍ଟ ୩୧ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ପୋଲିସ ଏବଂ ପ୍ରଶାସନ ପାଇଁ ଦାବିପତ୍ର ପ୍ରଦାନ, ସେପ୍ଟେମ୍ବର ୧୮ ବେଗୁନିଆ ଶିଳ୍ପାଞ୍ଚଳଠାରେ ଜନ ଆନ୍ଦୋଳନ। ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଭୂଇଁପୁର ଶିଳ୍ପାଞ୍ଚଳରେ ସ୍ଥାନୀୟଙ୍କ ନିଯୁକ୍ତି ସୁନିଶ୍ଚିତ ନହେଲେ ଆଗାମୀ ଦିନରେ ବୃହତ୍ତର ଜନ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ ।

