ଭବାନୀପାଟଣା,14/07(କିଶନ ଶର୍ମା ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (MY Bharat)ର ଜିଲ୍ଲା ପରାମର୍ଶଦାତା କମିଟି (District Advisory Committee)ର ପ୍ରଥମ ବୈଠକ ଏବଂ ଜିଲ୍ଲା ସମନ୍ୱୟ କମିଟି (District Coordination Committee)ର ବୈଠକ ଭବାନୀପାଟଣା ସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ଯୁବ ସଶକ୍ତିକରଣ, ସ୍ୱେଚ୍ଛାସେବା, ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଏବଂ MY Bharat କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଉପରେ ଆଲୋଚନା କରାଯାଇଥିଲା। ଏ.ଡି.ଏମ୍ (ଜେନେରାଲ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଲାହାଣ୍ଡି ର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଏଜେଣ୍ଡା ଉପସ୍ଥାପନ କରିଥିଲେ। ସେ ଏପ୍ରିଲରୁ ଜୁନ୍–୨୦୨୬ ପର୍ଯ୍ୟନ୍ତ ଜିଲ୍ଲାରେ ଆୟୋଜିତ MY Bharat କାର୍ଯ୍ୟକ୍ରମର ସମୀକ୍ଷା, ୨୦୨୬–୨୭ ବାର୍ଷିକ କାର୍ଯ୍ୟଯୋଜନା, ବିଭିନ୍ନ ବିଭାଗ ସହ ସମନ୍ୱୟ ଏବଂ ଯୁବମାନଙ୍କ ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ବିବେକାନନ୍ଦ ମହାନନ୍ଦ (ଜିଲ୍ଲା ସଂସ୍କୃତି ଅଧିକାରୀ), ରମେଶ ଚନ୍ଦ୍ର ପାଢ଼ୀ (ଜିଲ୍ଲା କ୍ରୀଡ଼ା ଅଧିକାରୀ), ସାଧୁ ଶରଣ ପ୍ରସାଦ (DEO କାର୍ଯ୍ୟାଳୟ), ଜୟନ୍ତ କୁମାର ଦଣ୍ଡସେନା (NSS Programme Coordinator), ସୁବ୍ରତ କୁମାର ତ୍ରିପାଠୀ (Director, Jana Shikshan Sansthan, Kalahandi) ରୂପସିଂହ ରାଉତ (DPEO), ଶମ୍ଭୁ ବିଶି (Youth Leader, Kalahandi), ଦିନେଶ କୁମାର କନ୍ହର (DSSO-cum-DIPRO), ଡ଼ଃ ନିହାର ପଣ୍ଡା, ଅନ୍ସୁମାନ ବାବୁ (Representative, Child Protection Department), ଦୁତିଆ ବନଛୋର (APS, MY Bharat), ଙ୍କ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ସଂସ୍କୃତି, ଦକ୍ଷତା ବିକାଶ, ସୂଚନା ଓ ପ୍ରସାରଣ ସହ ବିଭିନ୍ନ ବିଭାଗର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ MY Bharat Portal (Mybharat.gov.in)ରେ ଅଧିକରୁ ଅଧିକ ଯୁବକ-ଯୁବତୀଙ୍କ ପଞ୍ଜୀକରଣ, ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ଯୁବ କ୍ଲବ ଓ ସ୍ୱେଚ୍ଛାସେବୀ ସଂଗଠନକୁ ପୋର୍ଟାଲ ସହ ସଂଯୁକ୍ତ କରିବା, ପ୍ରତ୍ୟେକ କଲେଜରେ ନୋଡାଲ ଅଫିସର ଓ କ୍ୟାମ୍ପସ ଆମ୍ବାସାଡର ନିଯୁକ୍ତି, ଯୁବମାନଙ୍କୁ ସରକାରୀ କାର୍ଯ୍ୟକ୍ରମ ଓ ସ୍ୱେଚ୍ଛାସେବା ସହ ଯୋଡ଼ିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ଏହାପରେ ଜିଲ୍ଲା ସମନ୍ୱୟ କମିଟିର ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ଦକ୍ଷତା ବିକାଶ, ସଂସ୍କୃତି ଓ ଅନ୍ୟାନ୍ୟ ବିଭାଗର ସହଯୋଗରେ ବର୍ଷସାରା ଯୁବମୁଖୀ କାର୍ଯ୍ୟକ୍ରମ ଆୟୋଜନ, ଗ୍ରାମ ଓ ସହରାଞ୍ଚଳରେ ଯୁବ କ୍ଲବଗୁଡ଼ିକୁ ସକ୍ରିୟ କରିବା, ସ୍ୱେଚ୍ଛାସେବାକୁ ପ୍ରୋତ୍ସାହନ ଦେବା ଏବଂ ଯୁବମାନଙ୍କ ନେତୃତ୍ୱ ବିକାଶ ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ MY Bharatର ଜିଲ୍ଲାବ୍ୟାପୀ ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସାମାଜିକ ସଚେତନତା କାର୍ଯ୍ୟକ୍ରମ, ନଶାମୁକ୍ତ ଭାରତ ଅଭିଯାନ ଓ ବ୍ୟାପକ ଯୁବ ପଞ୍ଜୀକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ଏବଂ ସଦସ୍ୟମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଥିଲା।[7/14, 8:11 PM] Reporter Kishan Sharma Bhabanipatna: ଅଭିଯୋଗ ଫଇସଲାରେ ଅବହେଳା ବରଦାସ୍ତ ହେବନି : ୭ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ କଲେକ୍ଟରଙ୍କ କଡ଼ା ନିର୍ଦ୍ଦେଶଭବାନୀପାଟଣା,୧୪।୭(କିଶନ ଶର୍ମା):କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ୍ (OSWAN) ସମ୍ମିଳନୀ କକ୍ଷରେ ଆଜି ବିଭିନ୍ନ ପ୍ରକାରର ସରକାରୀ ଅଭିଯୋଗର ବକେୟା ସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡ଼ା ଓ ଉପଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ,, ଅଭିଯୋଗ ଶାଖାର ଦାୟିତ୍ୱରେ ଥିବା ଡେପୁଟି ଜିଲ୍ଲାପାଳ ଲମ୍ବୋଦର ନାଏକ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।ସମୀକ୍ଷା ସମୟରେ ଜିଲ୍ଲାପାଳ CPGRAMS, ଜନଶୁଣାଣି ଅନ୍ଲାଇନ୍ (ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ), ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ, ରାଜ୍ୟପାଳଙ୍କ ଅଭିଯୋଗ, ବିଭାଗୀୟ ଅଭିଯୋଗ ଏବଂ ପ୍ରତି ସୋମବାର ଆୟୋଜିତ “ଯୁଗ୍ମ ଜନଶୁଣାଣି (କଲେକ୍ଟରଙ୍କ ଅଭିଯୋଗ ଶୁଣାଣି)” ରେ ଥିବା ବକେୟା ମାମଲାଗୁଡ଼ିକ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଅନେକ କାର୍ଯ୍ୟାଳୟରେ ଅଭିଯୋଗ ଦୀର୍ଘଦିନ ଧରି ବକେୟା ରହିଥିବାରୁ ଏହାକୁ ଜିଲ୍ଲାପାଳ ଗୁରୁତର ଭାବେ ଗ୍ରହଣ କରିଥିଲେ । ଜିଲ୍ଲାପାଳ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ସମସ୍ତ ବକେୟା ଅଭିଯୋଗକୁ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରିବାକୁ ହେବ । ଅଭିଯୋଗ ନିଷ୍ପତ୍ତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଏହାର ନିୟମିତ ଅନୁଧ୍ୟାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି ସତର୍କ କରି କହିଥିଲେ ଯେ, ପରବର୍ତ୍ତୀ ସମୀକ୍ଷା ବୈଠକ ସୁଦ୍ଧା ଯଦି କୌଣସି କାର୍ଯ୍ୟାଳୟରେ ଅବହେଳା କାରଣରୁ ଅଭିଯୋଗ ବକେୟା ରହିଥାଏ, ତେବେ ସମ୍ପୃକ୍ତ କାର୍ଯ୍ୟାଳୟ ବିରୋଧରେ କଠୋର ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବ । ଏପରିକି ସମ୍ପୃକ୍ତ ଅଧିକାରୀଙ୍କ ବେତନ ମଧ୍ୟ ସ୍ଥଗିତ ରଖାଯାଇପାରେ । ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ଅଭିଯୋଗ ନିଷ୍ପତ୍ତି ପ୍ରକ୍ରିୟାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି ଏବଂ ଏହାର ନିୟମିତ ଓ କଡ଼ା ତଦାରଖ କରାଯିବ । ଅଭିଯୋଗର ତ୍ୱରିତ ନିଷ୍ପତ୍ତି ମାଧ୍ୟମରେ ସାଧାରଣ ଲୋକଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରିବା ହିଁ ଜିଲ୍ଲା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ।

