ଫୁଲବାଣୀ,୧୯/୦୫,(ସୁନୀଲ ପଟ୍ଟନାୟକ):ଗତ କିଛି ଦିନ ହେଲା ପ୍ରବଳ ଗରମ ଓ ଖରା ସାଙ୍ଗକୁ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ର କେତେକ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି! ନାରାୟଣୀମନ୍ଦିର ନିକଟପିଲା ସାଲୁକୀ ନଦୀ ରେ ଚେକଡେମ କରାଯାଇ ପାଣି ଗଚ୍ଛିତ କରି ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଣ କରୁଛି l ସେଠାରେକୁଆଡେ ଛଅ ଫୂଟ ପାଣି ରହେ! ଫଳରେ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହୋଇପାରୁନି l ଏବେ କୁଆଡ଼େପାଞ୍ଚ ଦିନ ହେଲା ମୋଟର ପୋଡି ଯିବାରୁ ଜଳ ଯୋଗାଣ ବନ୍ଦ ରହିଁଛିକେତେକ ଅଞ୍ଚଳ କୁ l ବିଶେଷ କରି ଅରବିନ୍ଦ ନଗର ରେ ପାଞ୍ଚ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଁଛି! ସେହିପରି ଗୌଡ଼ ସାହି, ଶ୍ରୀରାମ ନଗର, କେନ୍ଦୁପସଦର ନାରାୟଣୀ ସାହି ରେ ଦିନେ ଛଡା ଦିନେ ଜଳ ଯୋଗାଣ ହେଉ ଥିବା ଅଭିଯୋଗ ହେଉଛି l ସହର ରେ ନାରାୟଣୀ ଙ୍କ ଠାକୁରାଣୀ ଯାତ୍ରା ଚାଲିଥିବାରୁ ପ୍ରତ୍ୟେକ ପରିବାରରେ କୁଣିଆ ଓ ବନ୍ଧୁ ବାନ୍ଧବ ଆସିଥିବାରୁ ଜଳ ଯୋଗାଣ ବନ୍ଦ ଯୋଗୁଁ ଡହଳ ବିକଳ ହେଉଛନ୍ତି ଲୋକେ l ସର୍ବଦା ମୋଟର ପୋଡି ଯାଉଛି ଓ ମରାମତି ପାଇଁ ବ୍ରହ୍ମହପୁର କୁ ପଠା ଯାଏ ଏବଂ ପାଞ୍ଚ ଦିନ ପରେ ମୋଟର ମରାମତି ହୋଇ ଆସିଲେ ଜଳ ଯୋଗାଣ ହେବ ବୋଲି କର୍ମଚାରୀ କହିଛନ୍ତି l ତେବେ ଷ୍ଟାଣ୍ଡ ବାଇ ଥିବା ମୋଟର ମଧ୍ୟ କିଭଳି ଅଚଳ ଅବସ୍ଥାରେ ରହୁଚି ଓ ମରାମତିରେ ଅହେତୁକ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି l ତେବେ ସହକାରୀ ଯନ୍ତ୍ରୀ ଇଁ. ସନ୍ତୋଷ କୁମାର ସାହୁ ସହରରେ ନିରବିଛିନ୍ନ ଭାବେ ପ୍ରତ୍ୟେକ ଘର କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ନିଷ୍ଠା , ଓ ଆନ୍ତରିକତା ର ସହ ନିରନ୍ତର ଉଦ୍ୟମ ଜାରି ରଖିଥିବା ଦେଖିବlକୁ ମିଳିଛି l କିଛି ଟେକ୍ନିକାଲ ସମସ୍ୟା ଯୋଗୁଁ ପାନୀୟ ଜଳ ଯୋଗାଣ ରେ ସମସ୍ୟା ସୃଷ୍ଟି ହୋଇଛି ଅତିଶୀଘ୍ର ଯୁଦ୍ଧ କାଳୀନ ଭିତିରେ ସମସ୍ୟl ସମାଧାନ କରାଯାଇ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି l ସହରାଞ୍ଚଳ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ଇଁ ପ୍ରଶାନ୍ତ କୁମାର ଦାସ ମଧ୍ଯ ଫୁଲବାଣୀ ସହର ରେ ସଠିକ ଜଳ ଯୋଗାଣ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା କହିଛନ୍ତି l

