ପୋଲସରା, ୮/୪:(ଶିବ ପ୍ରସାଦ ସାହୁ):ପୋଲସରା ଥାନା ନରସିଂହପଲ୍ଲୀ ସ୍ଥିତ ମଦ ଦୋକାନ ନିକଟରେ ମଙ୍ଗଳ ବାର ବିଳମ୍ବିତ ରାତି ପ୍ରାୟ ୨ଘଣ୍ଟ ସମୟରେ ପୋଲସରା ବୁଗୁଡ଼ା ମୁଖ୍ୟରାସ୍ତା ଉପରେ ବୁଗୁଡ଼ା ଦିଗକୁ ରହି ଏକ କାର (WB51BM0896)ହୁତୁ ହୁତୁ ହୋଇ ଜଳୁଥୁବା ଦେଖାଦେଇଛି। ଉକ୍ତ କାର ଭିତରେ ଗଂଜେଇ ବୋଝେଇ ହୋଇଥିବା ଅବସ୍ଥାରେ ଜଳୁଥିଲା। ଉକ୍ତ କାର ଟି କିଏ କୁଆଡେ ନେଉଥୁଲା ତାହାର ସଠିକ ଖବର କାହା ପାଖରେ ନାହିଁ। କିନ୍ତୁ ଜଳିଯାଇଥିବା କାର ନିକଟରେ ଗଂଜେଇ ଦରପୋଡା ଅବସ୍ଥାରେ ପଡିରହିଥିଲା। ପୋଲସରା ଅଞ୍ଚଳ ରେ ଦଣ୍ଡ ଯାତ୍ରା ଚାଲିଥିବା ହେତୁ ଲୋକେ ଯାତ୍ରା ଦେଖିବାକୁ ଯାଉଥୁବା ସମୟରେ କାର ଟି ଜଳୁଥୁବା ଦେଖି ପୋଲସରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ସହ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀ ନିଆଁ କୁ ଆୟତ୍ତ କଲା ବେଳକୁ କାର ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। କାର ଟିକୁ କିଏ ଲଗାଇଲା, କାହିଁକି ଲଗାଇଲା କିଛିକାହା ପାଖରେ ଖବର ନାହିଁ। ପ୍ରମୁଖ ସମସ୍ୟା ନେଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ଙ୍କୁ ଯୋଗାଯୋଗ ବେଳେ କୁହନ୍ତି ଏଥି ନେଇ ଥାନାରେ କୌଣସି ଅଭିଯୋଗ ନାହିଁ ତଥାପି ତଦନ୍ତ ଚାଲିଛି ବୋଲି କହିଥିଲେ। ପୁଲିସ ତଦନ୍ତ ଜାରୀ ରଖିଛି l

