ଫୁଲବାଣୀ,୩୦/୦୫,(ସୁନୀଲ ପଟନାୟକ):କନ୍ଧମାକ ଜିଲ୍ଲା ଜି ଉଦୟ ଗିରି ବ୍ଲକ ଅନ୍ତର୍ଗତ ମାଳିକା ପୋଡି ପଂଚାୟତ ର ଲଏ ରେଜୁ ଗ୍ରାମବାସୀ ରାସ୍ତା , ବିଦ୍ୟୁତ୍ ଯୋଗାଇଦେବାକୁ ଦାବି କରିଛନ୍ତି l ଲଏରେଜୁ ଗ୍ରାମର ସମସ୍ୟା କଥା ବୁଝୁନଥିବl ଅଭିଯୋଗ କରିଛନ୍ତି l ପ୍ରଶାସନ ନା ବିଧାୟକ ସବୁ ନିରବ ଡ୍ରଷ୍ଟା ସଜିଛନ୍ତି l ବିଡ଼ିଓ ଙ୍କ ପାଦ ମଧ୍ୟ ପଡ଼ିନାହିଁ ଲଏରେଜୁ ଗ୍ରାମରେl ମଲିଜା ପଡି ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ଚାରି କିମି ଦୁରରେ ଅବସ୍ଥିତ ଲଏରେଜୁ ଗ୍ରାମ l ବ୍ଲକ ସଦର ମହକୁମା ଠାରୁ ୬ କିମି ଦୂର କିନ୍ତୁ ଵିକାଶ ଏଠି ଅପହଞ୍ଚ l ୧୨ ଟି ପରିବାର ଅଛନ୍ତି ଗ୍ରାମରେ! ପାହାଡିଆ ମୁଣ୍ଡିଆ ପଥୁରିଆ ରାସ୍ତା! ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରୁନାହିଁ ଗ୍ରାମକୁ! ଖଟିଆରେ ବୁହା ହୋଇ ରୋଗୀଙ୍କୁ ଡାକ୍ତର ଖାନା କୁ ନିଆ ଯାଉଛି! ସେହିପରି ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି ଗ୍ରମରେ l ସ୍ବାଧୀନତାର ଦୀର୍ଘ ୭୮ ବର୍ଷ ପରେ ବି ଲାଏ ରେ ଜୁ ଗ୍ରାମ ବାସି ସମସ୍ତ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇ ଆସୁଛନ୍ତି! ଗାଁ ରେ ବିଦ୍ୟୁତ ଆଲୋକ ନାହିଁ! ଅନ୍ଧାର ରେ କଟୁଛି ଜୀବନ! ସନ୍ଧ୍ୟା ହେଲେ ପଥୁରିଆ ମୁଣ୍ଡିଆ ରାସ୍ତା ଦେଇ ଅନ୍ଧାର ରେ ପଞ୍ଚାୟତ କୁ ଯାଇ ପାରିବେ ନାହିଁ! ପି ଡି ଏସ ଗାଡି ମଧ୍ୟ ଆସିପାରୁନାହିଁ ଗ୍ରାମକୁ! ଜିଲ୍ଲା ପରିଷଦ, ସରପଞ୍ଚ କି ସମିତି ସଭ୍ୟ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି l ଭୋଟ ସମୟ ରେ ସବୁ ଦଳ ର ନେତା ମାନେ ସବୁ ସମସ୍ୟା ପୂରଣ କରିବେ ବୋଲି ପ୍ରତିଶୃତି ଦେଇ ଭୋଟ ନେଉଛନ୍ତି ହେଲେ ଭୋଟ ସରିଲେ ସବୁ ଭୁଲି ଯାଉଛନ୍ତି l ସମାଜ ସେବୀ ତଥା କ୍ଷିପ୍ର ନ୍ୟାୟିକ ମଞ୍ଚର ଯ଼ୋନାଲ ସେକ୍ରେଟାରୀ ଅମନ ନାୟକ କ୍ଷେତ୍ର ପରିଦର୍ଶନ କରି ରାସ୍ତା ଓ ବିଦ୍ୟୁତ ଆଲୋକ ତୁରନ୍ତ ପ୍ରଦାନ ପାଈଁ ବ୍ଲକ, ଜିଲ୍ଲା ପ୍ରଶାସନ ଓ ସରକାର ଙ୍କ ଠାରେ ଦାବୀ ଜଣାଇଛନ୍ତି! ନଚେତ୍ ଆଗମୀ ପଂଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l

