ଫୁଲବାଣୀ,୧/୦୪(ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ବୁଧବାର ତୁମୁଡିବନ୍ଧ ବଜାର ରେ ରହୁଥିବା ଦୁଷ୍ମନ୍ତ ସାହୁ ଙ୍କ ରୋଷେଇ ଘରେ ଦୁଷ୍ମନ୍ତ ଙ୍କ ପତ୍ନୀ ରୋଷେଇ କରିବାବେଳେ ହଟାତ ପାଇପ ରେ ନିଆଁ ଲାଗି ସିଲଣ୍ଡର କୁ ନିଆଁ ଚାଲିଯିବା ଫଳରେ ଭୟରେ ଦୁଷ୍ମନ୍ତ ଙ୍କ ପତ୍ନୀ ଓ ପିଲାମାନେ ଘରୁ ବାହାରକୁ ଆସି ଚିତ୍କାର କରିଥିଲେ l ଲୋକେ ଫl ୟାର ଷ୍ଟେସନ କୁ ଫୋନ୍ କରି ଜଣାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ l ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ସିଲଣ୍ଡର ଫାଟି ଯାଇଥିଲା l ଫଳରେ ଘରର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିବା ସହ ଅନେକ ସ୍ଥାନ ଫାଟି ଯାଇଥିବା ଦେଖିବlକୁ ମିଳିଛିl ଟେବେ ଏ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇନଥିବା ଜଣାପଡିଛି l ଗ୍ୟାସ୍ କମ୍ପାନୀ ପକ୍ଷରୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବୀ ହେଉଛି l

