ରାୟଗଡ଼,୦୧/୦୬,(ଅମୂଲ୍ୟ ନିଶଙ୍କ):ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ବହୁ ପୁରାତନ ସ୍ମାରକୀ। ରକ୍ଷଣାବେକ୍ଷଣା ଓ ସଂରକ୍ଷଣ ଅଭାବରୁ ସେଗୁଡ଼ିକ ଅନାଲୋଚିତ ହୋଇ ରହିଛି। ସଂସ୍କୃତି ଓ ପର୍ଯ୍ୟଟନ ମାନଚିତ୍ରରେ ବି ସ୍ଥାନ ପାଇନି। ସେଭଳି ଏକ ଦୁର୍ଗ ହେଉଛି କୋଲନରା ବୃକ୍ ହାତୀଖମା ମୁଣ୍ମୟ ଦୁର୍ଗ। ଏହା ମାଟିତଳେ ପୋଡି ହୋଇରହିଛି। ଏହାର ବିଭିନ୍ନ ଅଂଶ ଜରାଜୀର୍ତ୍ତ ଅବସ୍ଥାରେ ଜଙ୍ଗଲ ଭିତରେ ପଡ଼ିଛି। ମାଟିତଳେ ପୋତି ହୋଇ ରହିଥିବା ଏହି ଦୁର୍ଗର ପୁନରୁଦ୍ଧାର ପାଇଁ କୌଣସି ପ୍ରୟାସ ହୋଇନି। ଏଭଳି ସ୍ଥାପତ୍ୟ ସମ୍ପର୍କରେ ପ୍ରଚାର ପ୍ରସାର କରାଯାଇ ଐତିହାସିକ ଓ ପର୍ଯ୍ୟଟକଙ୍କ ନଜରକୁ ଅଣାଯିବା ନିମନ୍ତେ ସ୍ଥାନୀୟ ଅଞ୍ଚଳ ସାମ୍ବାଦିକ ସୋନୁ ବାଘ, ଟୁନା କୋଣ୍ଡା ଗୋରୀ ଅମୁଲ୍ୟ ନିଷଙ୍କ ଓ ରେଖା୍ପଦର ଗ୍ରାମ ର ଲକ୍ଷ୍ମୀ ମୋହନ ପଟ୍ଟନାୟକ 2016 ମସିହାରେ ଜ଼ିଲ୍ଲାପାଳ ଗୁହା ପୁନମ ତାପସ କୁମାର ଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇଥିଲେ l 2016 ମସିହା ର ତତ୍କାଳୀନ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ହାତୀଖମ୍ବା ଆସି ଘଟଣା ର ଅନୁସନ୍ଧାନ କରିଥିଲେ l କେତେକ ଭଗ୍ନବିଶେଷ କୁ ହାତୀଖମ୍ବା ଫୋରେଷ୍ଟ ନର୍ସରୀ ରେ ରଖିଥିଲେ l କିନ୍ତୁ ତାଙ୍କରି ତାଙ୍କରି ବଦଳି ପରେ ପ୍ରଶାସନିକ ଅବହେଳାରୁ ଅଦ୍ୟାଧ୍କ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସ୍ଥାନୀୟ ବସି ଅଭିଯୋଗ କରୁଛନ୍ତି lତ୍ରୟୋଦଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା ଏହି ଦୁର୍ଗ। ହାତୀଖମ୍ବା ଗାଁ ନିକଟ ଏକ ଜଙ୍ଗଲରେ ଏହା ରହିଛି । ନଜର ଆଢୁଆଳରେ ରହି ମାଟିରେ ଲୀନ ହେବାକୁ ବସିଛି। ଧ୍ବଂସାବଶେଷ ମଧ୍ୟରୁ କିଛି ମାଟି ଉପରେ ଦୃଶ୍ୟମାନ । ଏହି ଦୁର୍ଗରେ ଏକଦା ଶିବ, ଶକ୍ତି ଓ ବିଷ୍ଣୁଙ୍କ ଭବ୍ୟ ମନ୍ଦିର ଥିଲା । ୩ ପାହାଡ଼ର ମଧ୍ୟ ଭାଗରେ ରହିଥିବା ଏହି ଦୁର୍ଗ ପୋଡ଼ା ଇଗ ଓ ଚୂନରେ ନିର୍ମାଣ ହୋଇଥୁବା ଜଣାପଡ଼ିଛି। କୋଲନରା ତହସିଲର ହାତୀଖମା ମୌଳା ଅଧୀନ ଖାତା ନଂ ୩୦ ଓ ପୁଟ୍ ନଂ ୮୬୧ରେ ପ୍ରାୟ ୨୮.୩୫ ଏକର ଜମିରେ ରହିଛି ଏହି ଦୁର୍ଗ । ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ଥୁଲା ବୋଲି ଜଣାପଡ଼ୁଛି। ଦୁର୍ଗର ପୂର୍ବଦିଗରେ ପଦରସିଂ ଓ କୂଳବନ୍ଧପାହାଡ଼, ପଶ୍ଚିମରେ ହିଋଦୁଇଆ ଏବଂ ଉତ୍ତରରେ ତାଡ଼ିଙ୍ଗିଝୋଲାପାହାଡ଼ । ଦକ୍ଷିଣ ଦିଗରେ ପାହାଡ଼ ନଥିବାରୁ ବିରାଟ ଗଡ଼ଖାଇ ନିର୍ମାଣ ହୋଇଥିବା ଇତିହାସରୁ ସୂଚନା ମିଳିଛି । ଉକ୍ତ ଗଡ଼ଖାଇ ବର୍ତ୍ତମାନ ବନ ବିଭାଗ ଅଧୀନ ନର୍ସରି ତଳେ ଅବସ୍ଥିତ। ଦୁର୍ଗ ସ୍ଥଳରେ ଥିବା ପୂରାତନ ମନ୍ଦିର ଏହାର ପ୍ରାଚୀନତାକୁ ସ୍ପଷ୍ଟ କରୁଛି। ଶିବ ମନ୍ଦିର କାରୁକାର୍ଯ୍ୟ ବିହୀନ ଓ ବିଷ୍ଣୁମନ୍ଦିର କାରୁକାର୍ଯ୍ୟ ପୂର୍ଣ୍ଣ । ଶିବ ମନ୍ଦିରର ମୁଖ୍ୟ ଲିଙ୍ଗ ନଥିବା ବେଳେ କେବଳ ଚତୁଃପାର୍ଶ୍ଵର ଅବସ୍ଥିତି ରହିଛି । କିନ୍ତୁ ମନ୍ଦିରର ପ୍ରତିମା ମଧ୍ୟ ସ୍ଥାନରେ ନାହିଁ । ଯେଉଁ ପ୍ରସ୍ତରଗୁଡ଼ିକ ବର୍ତ୍ତମାନ ନଜରକୁ ଆସୁଛି ତାହା ବରଳମାଳି ପଥର ବୋଲି କୁହାଯାଉଛି । ଜନଶ୍ରୁତି ଅନୁଯାୟୀ, ଅନେକ ହାତୀ ଏହି ଦୁର୍ଗକୁ ଆସୁଥିଲେ। ସେହି ସ୍ଥାନରେ ହାତୀଗୁଡ଼ିକୁ ଫାସରେ ଧରି କିଛିଦିନ ଭୋକରେ ରଖଯାଉଥିଲା । ପରେ ମଣିଷ ଦ୍ବାରା ବଶୀଭୂତ କରଯାଇ ବଡ଼ ବଡ଼ ଖମ୍ବରେ ବାନ୍ଧି ଦିଆଯାଉଥିଲା। ଏଥିଲାଗି ଏ ଅଞ୍ଚଳର ନାଁ ହାତୀଖମ୍ବା ରହିଛି ।୧୩୪୩ରୁ ୧୩୭୩ ଖ୍ରୀଷ୍ଟାନ ପର୍ଯ୍ୟନ୍ତ ନନ୍ଦପୁର ରାଜା ବିନାୟକ ଦେବ ଏହି ଦୁର୍ଗକୁ ବ୍ୟବହାର କରୁଥିବା କୁହାଯାଉଛି। ଜୟପୁର ରାଜା ବିକ୍ରମଦେବ ମଧ୍ୟ ଏହି ଦୁର୍ଗକୁ ବ୍ୟବହାର କରୁଥିଲେ। ପ୍ରତ୍ନତାତ୍ତ୍ୱିକ ଖନନ କରାଗଲେଆହୁରି ଅନେକ ତଥ୍ୟ ଏହି ସ୍ଥାନରୁ ମିଳିପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ ଏଥିପ୍ରତି ଅଧୁକ ଧ୍ୟାନଦେବା ଜରୁରି । ଏହାର ସଂରକ୍ଷଣ ପ୍ରତି ଧ୍ୟାନ ଦିଆଗଲେ ଅନେକ ପର୍ଯ୍ୟଟକ ଓ ଗବେଷକ ଏହି ସ୍ଥାନକୁ ଆସିବେ । ପରିତାପର ବିଷୟ, ବର୍ତ୍ତମାନ ସୁଦ୍ଧା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏହି ସ୍ଥାନ ସମ୍ପର୍କରେ ଜାଣି ନାହାନ୍ତି । ଜିଲ୍ଲାର ଯେଉଁ ସବୁ ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି, ସେଥ୍ରେ ହାତୀଖମ୍ବା ସ୍ଥିତ ଏହି ଦୁର୍ଗର ନାଁ ଅନ୍ତର୍ଭୁକ୍ତ ହୋଇନି । ଯଦ୍ୱାରାଏହା ଲୁକ୍କାୟିତ ଅବସ୍ଥାରେ ପଡ଼ି ରହିଛି। ସବୁଠୁ ବଡ଼କଥା, ଏହାର ସଂରକ୍ଷଣ ପ୍ରତି ଧ୍ୟାନ ଦିଆନଯିବା । ସଂସ୍କୃତି ବିଭାଗ ଏଥିପ୍ରତି ମନ ବଳାଇନଥିବା ଅଭିଯୋଗ ହୋଇଛି । ତୁଋନ୍ତ ଏହି ଦୁର୍ଗର ପୁନରୁଦ୍ଧାର ଲାଗି ବିଭିନ୍ନ ମହଲରେ ଦାବି ହଉଛି l ସ୍ଥାନୀୟ ସମାଜ ସେବି ଲକ୍ଷ୍ମୀ ମୋହନ ପଟ୍ଟନାୟକ ଏହି ଐତିହ୍ୟ କୀର୍ତିରାଜ ର ପୁନଃରୁଦ୍ଧାର ନିମନ୍ତେ ଜ଼ିଲ୍ଲାପାଳ ଏହି ହାତୀଖାମ୍ବା ଅଞ୍ଚଳ ଗସ୍ତ କରି ପ୍ରକୃତ ତଥ୍ୟ ଜାଣିବା କୁ ନିବେଦନ କରିଛନ୍ତି l

