ବୁଗୁଡ଼ା:୨୯/୦୫,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଶବଦାହ କରିବା ପାଇଁ ଶ୍ମଶାନ ଭୂମିର ଆବଶ୍ୟକତା ଅପରିହାର୍ଯ୍ୟ ରହିଥିବାବେଳେ, ଶ୍ମଶାନରେ ଶବଦାହ କରିବା ସମୟରେ ବର୍ଷା ଓ ଖରା ଦାଉରୁ ରକ୍ଷା ପାଇବା ପାଇଁ ଶ୍ମଶାନରେ ଶବଦାହ ଗୃହ ମଧ୍ଯ ନିତାନ୍ତ ଆବଶ୍ୟକତା ରହିଛି,ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଶ୍ମଶାନ ଓ ଶବଦାହ ଗୃହ ନଥିବା ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ମୋଟାବାଡି ପଞ୍ଚାୟତ ରେ ଶ୍ମଶାନ ଓ ଶବ ଦାହଗୃହ ନଥିବା ବେଳେ ବର୍ଷା,ଖରା ଓ ଶୀତ ସମୟରେ ଖୋଲା ଆକାଶ ତଳେ ନାନା ସମସ୍ୟାର ସମ୍ମୁଖିନ ହୋଇ ଏଣେ ତେଣେ ଶବ ସତ୍କାର କରାଯାଉଛି, ଏହାକୁ ନେଇ ପୂର୍ବରୁ ମାନବଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ଏକ କେସ ଦାୟର ହୋଇଥିଲା, କେସ ନଂ ୩୧୨୫/୨୦୨୫ ପ୍ରକାରେ ମାନ୍ୟବର ହାଇକୋର୍ଟ ଗଞ୍ଜାମ ଜିଲ୍ଲାପାଳ ନିକଟକୁ ନିର୍ଦ୍ଧେଶ ପ୍ରେରଣ କରି ଏହି ଘଟଣାର ଅନୁସନ୍ଧାନ କରି ୨୮/୧୧/୨୦୨୫ ସୁଦ୍ଧା ଜଣାଇବାକୁ କହିଥିଲେ। ପରବର୍ତ୍ତୀ ସମୟରେ ମୋଟାବାଡି ଗ୍ରାମରେ ଜାଗା ଚିହ୍ନଟ କରି ଶ୍ମଶାନ ଗୃହ ନିର୍ମାଣ ହୋଇଥିଲା, କିନ୍ତୁ ତାହା ଅସମ୍ପୂର୍ଣ୍ଣ ଅଧାପନ୍ତରିଆ ଅବସ୍ଥାରେ ବର୍ତ୍ତମାନ ପଡିରହିଛି।ମୋଟାବାଡି ଗ୍ରାମରେ ଦୁଇ ଦୁଇ ଥର ଅନୁଷ୍ଟିତ ହୋଇଥିବା ପଞ୍ଚାଯତ ସ୍ତରୀୟ ଜନଶୁଣାଣି ରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏଯାଏଁ କୌଣସି ସୁଫଳ ମିଳିନି, ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ଗ୍ରାମରେ ସର୍ବ ସାଧାରଣଙ୍କ ଅତ୍ୟନ୍ତ ଆବଶ୍ୟକ ଥିବା ଶ୍ମଶାନ ଓ ଶବଦାହ ଗୃହ ନିର୍ମାଣ ପାଇଁ କାହାର ବି ଆନ୍ତରିକ ଉଦ୍ୟମ ନାହିଁ,ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି l

