ଭଞ୍ଜନଗର,୩/୬(ନିଲୁ ବିଷୋୟୀ): ଶିକ୍ଷକ ମାନଙ୍କ ସମସ୍ୟା ହେଉ ଅବା ସେମାନଙ୍କ ନାର୍ଯ୍ୟ ଦାବି ନେଇ ଆନ୍ଦୋଳନ ସବୁ କ୍ଷେତ୍ରରେ ଶିକ୍ଷକ ନେତା ଅବନୀ ବରାଳଙ୍କ ଥିଲା ସ୍ବତନ୍ତ୍ର ଅବଦାନ। ଶିକ୍ଷକ ମାନଙ୍କୁ ଏକଜୁଟ କରି ଗୋଟିଏ ଛାତ ତଳେ ବାନ୍ଧି ସେମାନଙ୍କ ସମସ୍ୟା ଗୁଡିକର ସମାଧାନ କରିବାରେ ଦିବଙ୍ଗତ ବରାଳଙ୍କ ଭୂମିକା ଅତୁଳନୀୟ ଥିଲା। ସଙ୍ଗଠନ ଠାରୁ ଆରମ୍ଭ କରି ସାହିତ୍ୟ,ଶିକ୍ଷା ଭଳି ଅନେକ କ୍ଷେତ୍ରରେ ତାଙ୍କର ଯୋଗଦାନ ରହିଥିଲା। ତାଙ୍କର ଅବଦାନ ପାଇଁ ସେ ଆଜି ମଧ୍ୟ ଚିର ସ୍ମରଣୀୟ ବୋଲି ଅବନୀ ବରାଳଙ୍କ ଜନ୍ମ ଜୟନ୍ତୀ ଅବସରରେ ମତ ପ୍ରକାଶ ପାଇଛି। ପ୍ରଫେସର କୃତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ନେତା ସନ୍ତୋଷ କୁମାର ଜେନା,ଅଲୋଷ୍ଟା ରାଜ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ସମାଜସେବୀ ଶୁଳପାଣି ଶତପଥି, ଓଷ୍ଟା ଜିଲ୍ଳା ସଭାପତି ଦିଲ୍ଲୀପ କୁମାର ପ୍ରଧାନ,ସାମ୍ବାଦିକ ବିଶ୍ୱମ୍ବର ଜେନା ଓ ଅଧ୍ୟାପିକା ସୁଜାତା ସିଂ ଯୋଗଦେଇ ସାହିତ୍ୟ ତଥା ଶିକ୍ଷକ ସମାଜର ଦାୟିତ୍ୱ ଉପରେ ସ୍ବର୍ଗତ ବରାଳଙ୍କ ଭୂମିକା ସଂର୍ପକରେ କହିଥିଲେ। ସେ ସାହିତ୍ୟ, କଳାକାର, ଲେଖକ, ନିର୍ଦେଶକ ଭାବେ ବହୁଗୁଣର ଅଧିକାରୀ ଥିବା ବକ୍ତାମାନେ କହିଥିଲେ। ଏଥିରେ ଦ୍ବିତୀକୃଷ୍ଣ ଲେଙ୍କା,ଦୀପ୍ତାଂଶୁ ପ୍ରଭାଦେବୀ,ଗାୟତ୍ରୀ ସାହୁ,ଶୁଭଶ୍ମିତା ଦାସ,ପ୍ରଫୁଲ ମହାରଣା,ପବିତ୍ର ମୋହନ ରାଉତରାୟ,ବହୁଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଶେଷରେ ଶିକ୍ଷକ ପବିତ୍ର ମୋହନ ଶତପଥୀ ଧନ୍ୟବାଦ ପ୍ରଦାନ କରିଥଲେ।

