ଗଂଜାମ,୧୫।୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ପୁରୋଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଜାମୁନି ଗ୍ରାମ ରେ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ଵତୀ ଶିଶୁ ମନ୍ଦିର ଯାମୁନୀ ଗଞ୍ଜାମ । ବିଦ୍ୟାଳୟ ରେ ଶ୍ରୀ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ରମାକାନ୍ତ ପାଢୀ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ୍ ରେ ଓ ଜିଲ୍ଲା ସୁନାମ ଅର୍ଜନ କରିଥିବା। ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଛାତ୍ର ଛାତ୍ରୀ ମାନେ ବୃତ୍ତି ଓ ବିଭିନ୍ନ ବିଭିନ୍ନ ଖେଳ ମଧ୍ୟ ଟପ୍ପର ରଖିଛନ୍ତି।ଆଜି ର ପୂଜା ରେ ସମସ୍ତ ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ବହୁସଂଖ୍ଯା ରେ ଉପସ୍ଥିତ ରହିଥିଲେ ଶିଶୁ ମନ୍ଦିର ପୁରୋହିତ ଶ୍ରୀ ଅଖିଳ କୁମାର ତ୍ରିପାଠୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଧୁନୀ ବିଦ୍ୟାଳୟ ଉତ୍ସାହ ଆନନ୍ଦ ଶିଶୁ ମାନେ ନୃତ୍ୟ ପରିବେଷଣ କରିଥିଲେ।ଶେଷରେ ପ୍ରସାଦ ଧରି ନିଜନିଜ ଘରକୁ ପ୍ରତ୍ଯାବର୍ତ୍ତନ କରିଥିଲେ । ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

