ଖୋରଧା,୨୦।୯(କେଦାରନାଥ ସାହୁ):ଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାର ପରିସରରେ ଶ୍ରୀ ରାଧା ଅଷ୍ଟମୀ ଊପଲକ୍ଷେ ଶ୍ରୀ ଗୌର ଜଗନ୍ନାଥ ରାଧା ପ୍ରମୋଦ ବିହାରୀ ଙ୍କୁ ଅଭିଷେକ୍ କରାଯାଇ ମଦ୍ଧ୍ୟାହ୍ନରେ ରାଧା ସହସ୍ର ନାମ ପାଠ,କୀର୍ତନ୍ ,ଆରତୀ,ମନ୍ଦିର ପରିକ୍ରମା କରାଯାଇଥିଲା।ଆସୋସିଏସନ୍ ସଭାପତି ଶ୍ରୀ ଜନାକୀ ବଲ୍ଲଭ ପଟ୍ଟନାୟକ ଶ୍ରୀ ରାଧା ତତ୍ଵ ଉପରେ ଆଲୋଚନା କରିଥିଲେ।ଖୋରଧା ଲେହଙ୍ଗ ର ପ୍ରସିଦ୍ଧ ଭକ୍ତ କବି ଗୌର ଚରଣ ଅଧିକାରୀ ଙ୍କ ବୀରଚିତ “ଗୌର କୃଷ୍ଣ ଭଜନ ଶତକ”ପଣ୍ଡିତ ଦୀନବନ୍ଧୂ ଖାଡ଼ଙ୍ଗ। ଙ୍କ ଦ୍ଵାରା ପୁନ8 ପ୍ରକାଶ ଓ ଆସୋସିଏସନ୍ ତରଫରୁ ପ୍ରକାଶିତ ନୂତନ ଗ୍ରନ୍ଥ”ଶ୍ରୀ ଗୌର ପଦାଙ୍କପୂତ କଟକ ନଗର”ଗ୍ରନ୍ଥ ଦ୍ବୟ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ଓ ଲୋକାର୍ପିତ ହୋଇ ଥିଲା।ଆଜି ଶ୍ରୀ ଗୌର ଚରଣ ଙ୍କ ଜନ୍ମଦିନ ।ଏହି କାର୍ୟ୍ଯକ୍ରମରେ ବହୁ ସାଧୁସନ୍ଥ ଙ୍କ ସମେତ ପଣ୍ଡିତ ଗୋପବନ୍ଧୁ ପଣ୍ଡା,ଯୁଧିଷ୍ଠିର ଛୁଆଳ ସିଂହ ,ତ୍ରୈଲୋକ୍ୟ ନାଥ ସାମନ୍ତରାୟ ଯୋଗ ଦେଇଥିଲେ।ଏହି କର୍ୟକ୍ରମ୍ କୁ ସଂଘ ସମ୍ପାଦକ ଶ୍ରୀଜୟ ନାରାୟଣ ପଟ୍ଟନାଯକ ସଂଜୋଯନା କରିଥିଲେ।

