ଫୁଲବାଣୀ,୨୬।୭(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ର ଜଣାଶୁଣା ସନ୍ଥ ଯୋଗୀ ରାଜଜୀ ଙ୍କ ବଲାଙ୍ଗୀର ରେ ପରଲୋକ ହୋଇଯାଇଛି l ସ୍ବର୍ଗତ ଯୋଗି ଜୀ ଜଣେ ଜଣାଶୁଣା ସମାଜ ସେବୀ ଓ ସନ୍ଥ ଭାବେ ବେଶ ପରିଚିତ ଥିଲେ l କନ୍ଧମାଳ ଜିଲ୍ଲା ଓ ଓଡିଶା ପାଈଁ ସମାଜ ସେବା କ୍ଷେତ୍ରରେ ପ୍ରେରଣାର ଉତ୍ସ ଥିଲେ ବୋଲି ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମତବ୍ୟକ୍ତ କରିବା ସହ ତାଙ୍କର ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି! ବିଜେପି ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ଆଇନଜିବୀ ଭଗବାନ ମହାନ୍ତି ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ପାଈଁ ଯୋଗୀରାଜ ଜୀ ଏକ ଆଦର୍ଶ ବୋଲି ପ୍ରକାଶ କରିଛନ୍ତି! ସନ୍ଥ ଯୋଗୀରାଜ ଜୀ ଙ୍କ ର ବଲାଙ୍ଗୀର ରେ ଦେହାନ୍ତ ହେଲା! ଯୁବକ ଅବସ୍ଥାରେ ଯୋଗୀରାଜ ଜୀ ସୁଦର ପଞ୍ଜାବ ରୁ ଆସି କନ୍ଧମାଳର କୋଟଗଡ଼ରେ ଓ ବଲାଙ୍ଗୀର ଓ ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଇଲ୍ଲାକାରେ ଗରିବ ଅସହାୟ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ପାଠ ପଢାଇବାରେ ଉଦ୍ୟମ କରି ସଫଳ ହୋଇଥିଲେ! ବହୁ ଛାତ୍ର ଛାତ୍ରୀ ଯୋଗୀରାଜ ଜୀ ଙ୍କ ପ୍ରୟାସ ଯୋଗୁଁ ଭଲ ମଣିଷ ହେବା ସହ ଉଚ୍ଚ ପଦବୀ ରେ ନିଯୁକ୍ତି ପାଇ ଛନ୍ତି ବୋଲି ବିଜେପି ର ପ୍ରାକ୍ତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା ମତବ୍ୟକ୍ତ କରିଛନ୍ତି! ପ୍ରାଥମିକ ଶିକ୍ଷା ଓ ଉଚ୍ଚ ପ୍ରାଥମିକ, ସେକଣ୍ଡାରୀ ଶିକ୍ଷା ବ୍ୟତୀତ କୋଟଗଡ଼ରେ ଯୁକ୍ତ ଦୁଇ ଓ ଯୁକ୍ତ ୩ କଲେଜ ଖୋଲି ଉଚ୍ଚ ଶିକ୍ଷିତ କରାଇବାରେ ସଫଳ ହୋଇଥିଲେ ବୋଲି ଅବସର ପ୍ରାପ୍ତ ପ୍ରିନସିପାଲ ବିଜେପି ନେତା ପ୍ରିୟ ନାଥ ଶର୍ମା ପ୍ରକାଶ କରିଛନ୍ତି l ବିଶେଷ କରି ସନାତନ ଧର୍ମ ପ୍ରତୀ ନିଷ୍ଠା,ବ୍ୟକ୍ତିତ୍ୱ ଓ ଦେଶପ୍ରେମ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ଓ ସେ ସେବାର ପ୍ରତୀକ ବୋଲି ବିଜେପି ଉପସଭାପତି ମହାପାତ୍ର କହିଛନ୍ତି! ଫୁଲବାଣୀ ବିଧାୟକ ଉମା ଚରଣ ମଲିକ କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର ଏକ ନିଷ୍ଠା ବାନ ଓ କର୍ତବ୍ୟ ପରାୟଣ ସନାତନୀ ସମାଜ ସେବୀ ଓ ସନ୍ଥ ଥିଲେ ବୋଲି ପ୍ରକାଶ କରିଛନ୍ତି! ତାଙ୍କ ସେବା ଓ ସମାଜ ପ୍ରତି ଅବଦାନ ଅପୂରଣୀୟ ହୋଈ ରହିବ ବୋଲି ମଲିକ ଆହୁରି କହିଛନ୍ତି l

