ନୂଆପଡା,୩୧/୦୩:(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲାରେ ରବିବାର ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ବିଜେଡିର ବରିଷ୍ଠ ନେତା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ସ୍ତ୍ରୀ ପୂଜା ପଣ୍ଡା (୩୫)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିବା ଖବର ସମସ୍ତଙ୍କୁ ଅବାକ କରିଦେଇଛି । ସୂଚନା ଅନୁଯାୟୀ, ମଟାଗୁଡିପଡା ୱାର୍ଡ ନଂ-୪ ଅଞ୍ଚଳରେ ରାତି ପ୍ରାୟ ୮:୩୦ଟା ସମୟରେ ୟରେ ତାଙ୍କୁ ଘର ନିକଟରେ ଗଛରେ ଝୁଲିଥିବା ଅବସ୍ଥା ପ୍ଲାରେ ପାଇଯାଇଥିଲା ।
ଘଟଣା ସ ସମ୍ବନ୍ଧରେ ସୂଚନା ମିଳି ମିଳିବା ସହିତ ସ୍ଥାନୀୟ ପୁଲିସ ତହ୍ମଣାତ୍ ସ୍ଥଳକୁ ଳକୁ ପହଞ୍ଚି ପ ପରିସ୍ଥିତିକୁ ନିୟନ୍ତ୍ରଣରେ ନେଇଥିଲେ । ଅତିରିକୁ ଏସ ଏସପି ରଞ୍ଜିତ ନାୟକ ଓ ନୂଆପଡା ଥାନା ଆଇଆଇସି ଗଙ୍ଗାଧର ମେହେର ମଧ୍ୟ ରାତି ପ୍ରାୟ ୯ଟା ସମୟରେ ଘଟଣାସ୍ଥଳକୁ ପହଞ୍ଚିଥିଲେ । ପରେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ଓ ସୋମବାର ମୃତଦେହର ପୋଷ୍ଟମର୍ଟମ ।ର୍ଟମ କରାଯିବାକୁ ଅଧୂକାରୀମାନେ ସୂଚନା ଦେଇଛନ୍ତି । ପରିବା ବାର ପକ୍ଷରୁ ଅଭିଯୋଗ ହେଉଛି ଯେ, ପୂଜା ପଣ୍ଡା ଘର ବାହାରେ ଥୂବା ବେଲ ଗଛର ଡାଳରେ ଓଡ଼ଣା ବାନ୍ଧି ଆତ୍ମହତ୍ୟା କରିଥିବେ । ତେବେ ଏହା ପଛରେ କୌଣସି କାରଣ ରହିଛି କି ନାହିଁ, ସେଥୂପାଇଁ ଏପର୍ଯ୍ୟନ୍ତ ସ୍ପଷ୍ଟତା ମିଳିନାହିଁ । ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକ, ରାଜନୈତିକ ନେତା ଓ ପ୍ରମୁଖ ବ୍ୟକ୍ତିବର୍ଗ ଭିଡ଼ ଜମାଇଥିଲେ । ସମଗ୍ର ଅଞ୍ଚ ଅଞ୍ଚଳରେ ଏହି ଘଟଣାକୁ ନେ ନେଇ ଶୋକର ଛାୟ ଛାଇଯାଇଛି । ହରିଶ୍ଚନ୍ଦ୍ର ପଣ୍ଡା ପୂର୍ବରୁ ବିଜେପି ସହ ଜଡିତ ଥିଲେ ଓ ପରେ ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ । ସେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଜମାଇ ହେବାରୁ ଏହି ଘଟଣା ରାଜନୈତିକ ମହଳକୁ ମଧ୍ୟ ଉଦ୍ବିଗ୍ନ କରିଛି । ପୁଲିସ ଏହି ଘଟଣାର ସମ୍ପୂର୍ଣ ତଦନୁ ଆରମ୍ଭ କରିଛି ଓ ମୃତ୍ୟୁର ପ୍ରକୃତ କାରଣ ଖୋଜିବାକୁ ଚେଷ୍ଟାଚାଲିଛି l

