ଚିକିଟି, ୧୨/୪:(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅଧିନସ୍ଥ କଳବାଡ଼ ଗ୍ରାମର ଅସହାୟ ଦେବରାଜ ରଣା ଙ୍କ ତୃତୀୟ କନ୍ୟାର ବାହାଘର ପାଇଁ ଚିନ୍ତିତ ଥିବା ଖବର ପାଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି, ଚିକିଟି ର ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ଶ୍ରୀ ରଣା ଙ୍କ ଘରେ ପହଂଚି ଝିଅ ସଂଗୀତା ଙ୍କୁ ସୁଭାଶିଷ ପ୍ରଦାନ କରିବା ସହ ଦଶ ହଜାର ଟଙ୍କା,ଏକ ଚାଉଳ ପକେଟ ପ୍ରଦାନ କରାଯାଇଥିଲା. ଉକ୍ତ ମହତ କାର୍ଯ୍ୟ ରେ ସମିତି ସମ୍ପାଦକ ପ୍ରସାଦ ମଲ୍ଲିକ, ଡାକ୍ତର ପୁରଞ୍ଜିତ ପାତ୍ର, କିଶୋର ପାତ୍ର, ସୁବ୍ରତ ପ୍ରଧାନ,ଯତୀନ ଗୁରୁଜୀ, ସିଦ୍ଧର୍ଥ ଶଙ୍କର ଭାଇ, ଗୌତମ ରଣା, କପିଳଦେବ ରେଡ୍ଡୀ, ସନ୍ତୋଷ ରେଡ୍ଡୀ, କିଶୋର ମହାରଣା ପ୍ରମୁଖ ସହଯୋଗ କରିଥିଲେ. ଏହିଭଳି ମହତ କାର୍ଯ୍ୟ କରିଥିବାରୁ ଗ୍ରାମବାସୀ ସାଧୁବାଦ ଦେବା ସହ ସମିତି ର କାର୍ଯ୍ୟାଧାରା କୁ ପ୍ରଶଂସା କରିଥିଲେ.

