ବୋଲଗଡ଼,୨୯/୦୩(ସୁଶାନ୍ତ କୁମାର ପ୍ରଧାନ): ମଧ୍ୟ ରାତ୍ରରେ ତାଲା ଭାଙ୍ଗି ଘରେ ପଶି କଳା କନା ବୁଲାଇଲେ ଚୋର । ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତ ଅଧିନସ୍ଥ ଶୁନ୍ୟା ଆଶ୍ରମ ନିକଟସ୍ଥ ସାମ୍ବାଦିକ ଅଶୋକ କୁମାର ପ୍ରଧାନଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ମଧ୍ୟ ରାତ୍ରରେ ତାଲା ଭାଙ୍ଗି ଘରେ ପଶି ଥିଲେ । ଘରେ ପଶି ଘରେ ଥିବା ସମସ୍ତ ଆସାବପତ୍ର ଏଣେ ତେଣେ ଫୋପଡ଼ା ଫିଙ୍ଗା କରିଥିଲେ । ଘରେ ଥିବା ଗଡରେଜ ଭାଙ୍ଗି ନଗଦ ୭୫ ହଜାର ଟଙ୍କା
୩ଟି ସୁନା ମୁଦି, ୨ଟି କାନ ଫୁଲ,ଗୋଟିଏ ମଙ୍ଗଳ ସୂତ୍ର, ରୂପା ବେଶଲେଟ, ଚେନ ଓ ଲକେଟ ଏଥି ସହିତ ସମସ୍ତ ଡକ୍ୟୁମେଣ୍ଟ ନେଇ ଯାଇ ଥିଲେ। ଅଶୋକ ସକାଳୁ ଆସିବା ବେଳେକୁ ତାଲା ଭାଙ୍ଗି ଝୁଲୁ ଥିବାର ଦେଖିବାକୁ ପାଇ ଥିଲେ । ଘର ଭିତରକୁ ଯାଇ ଦେଖିବା ପରେ ଟଙ୍କା,ସୁନା ଅଳଙ୍କାର ଓ ଡକ୍ୟୁମେଣ୍ଟ ମିଳି ନଥିଲା। ତେବେ ବାଙ୍କୋଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ମିହିର ରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ଫାଣ୍ଡି କର୍ମଚାରୀମାନେ ତଦନ୍ତ ଆରମ୍ଭ କରି ଥିଲେ।
ଚୋର ଯେଉଁ ଠାରେ ଲୁଚି ରହି ଥିଲେ ମଧ୍ୟ ଖୁବ ଶୀଘ୍ର ଚୋରକୁ ଧରା ଯିବ ବୋଲି କହି ଥିଲେ ।

