ଖଜୁରୀପଡ଼ା,୨୩।୦୯(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଶିବାରାଣୀ ମଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରଥମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଶ୍ରୀ ଅନିମା କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।ସମ୍ମାନିତ ଅତିଥିଭାବେ ଖଜୁରୀପଡ଼ା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମମତ ମଲିକ, ଜୋନ୍-୪ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ ଦିଗାଲ ଏବଂ ବିଧାୟକ ଶିକ୍ଷା ପ୍ରତିନିଧି ଶ୍ରୀ କେଦାର ଗୌରୀ ସାହୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସୁଚାରୁ ଓ ଶୃଙ୍ଖଳିତ ପରିଚାଳନାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାରସୁ କହଁର, ଶ୍ରୀ ବଂଶୀଧର ନନ୍ଦ ଓ ଶ୍ରୀ ସୁରପ୍ରସାଦ ନାୟକଙ୍କ ସମେତ ସିଆରସିସି ଶ୍ରୀ ଅଶୋକ କୁମାର ମଲିକ, ଶ୍ରୀ ପ୍ରଦୀପ କୁମାର ମଲିକ, ଶ୍ରୀ ଅଜିତ କୁମାର ପ୍ରଧାନ, ଶ୍ରୀ ରତ୍ନାକର ଦିଗାଲ, ଶ୍ରୀ ଜଗଦିଶ ପ୍ରଧାନ, ଶ୍ରୀମତୀ ରଶ୍ମିବାଳା ପାଢ଼ୀ ଓ ଶ୍ରୀମତୀ ଜୟନ୍ତୀ ଦିଗାଲ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ଶିକ୍ଷକ ଶ୍ରୀ ଦାଶରଥି ମଲିକ, ଶ୍ରୀ ରଘୁନାଥ କହଁର, ଶ୍ରୀ ଅଶୋକ ପଟ୍ଟନାୟକ, ଶ୍ରୀ ପ୍ରଭାତ ପ୍ରଧାନ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ପିଙ୍କିରାଣୀ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଖଜୁରୀପଡ଼ାର ସାମ୍ବାଦିକ ତଥା ସମାଜସେବୀ ଶ୍ରୀ ବିକାଶ କୁମାର ଦିଗାଲ ଯୋଗଦେଇ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସହଯୋଗ କରିଥିଲେ। ତାଙ୍କର ସହଯୋଗ ଓ ସାମାଜିକ ପ୍ରତିବଦ୍ଧତା ପାଇଁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଭା ବିକାଶର ସୁଯୋଗ ସୃଷ୍ଟି ହୋଇଥିବାରୁ ଅଭିଭାବକ ଓ ଶିକ୍ଷକମହଲରେ ଏହାକୁ ନେଇ ସନ୍ତୋଷ ପ୍ରକାଶ ପାଇଛି।

