ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ) : ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ଆରଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅବଦାନର ରହିଥିବା ମହାମନିସୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରତ୍ୟେକ ଓଡ଼ିଆ ନିଜ ଭାଷା,ଜାତି, ସଂସ୍କୃତି ଓ ପରାମ୍ପରା ଯେପରି ସ୍ବତନ୍ତ୍ର ସ୍ଥାନରେ ରହିବ ସେଥିପାଇଁ ଆମେ ଯତ୍ନବାନ ହେବାକୁ ପଡିବ ବୋଲି କହିଥିଲେ। ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନରେ ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହି ଅଞ୍ଚଳ ଅନେକ ଇତିହାସର ମୁକସାକ୍ଷୀ ହୋଇ ଛିଡା ହୋଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଭିଜନ ନେଇ ସରକାର କାର୍ଯ୍ୟ କରୁଛନ୍ତି। ବଜେଟ ଆଉ ଅର୍ଥନୀତିରେ ଅନେକ ପରିବର୍ତ୍ତନ ଆସିଥିବା ବେଳେ ରାଜ୍ୟର ଅର୍ଥନୀତି ୫ ଶହ ବିଲିଆନ ଡଲାର କରିବ,ଓଡିଶାରୁ ଦେଶର ଶ୍ରେଷ୍ଠ ୫ଟି ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ଆଗକୁ ବଢୁଥିବା କହିଥିଲେ। ନୂତନ ଓଡିଶା ପାଇଁ ଶିକ୍ଷାର ଉନ୍ନତି,ଡ୍ରପ ଆଉଟ କମାଇବା,ସ୍ବାସ୍ଥ ସେବା କ୍ଷେତ୍ରରେ ପରିବର୍ତ୍ତନ ଭଳି ବିକାର ବିଭିନ୍ନ ଦିଗରେ କାର୍ଯ୍ୟ ଆଗାମୀ ଦିନରେ ହେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ରାଜ୍ୟରେ ଅନେକ ପ୍ରଗତି ସମ୍ଭବ ହୋଇଥିବା ବେଳେ ଆହୁରି ଅନେକ କିଛି ପାଇବାର ଆବଶ୍ୟକତା ରହିଛି। ଯାହାକି ସାମୁହିକ ଉଦ୍ୟମ ଦ୍ବାରା ହିଁ ସମ୍ଭବପର ହୋଇ ପାରିବ। ଏଥିସହ ଓଡିଆ ଭାଷାକୁ ସ୍ବତନ୍ତ୍ର ମାନ୍ୟତା ମିଳିଥିବା ବେଳେ ଓଡିଶୀକୁ ଏବେଯାଏଁ ତାହା ମିଳି ପାରିନଥିବା ସେ କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଡ.ବିଚିତ୍ରାନନ୍ଦ ଦାସ ଏବଂ ବକ୍ତା ଭାବେ କେନ୍ଦୁପଦର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ଆପଟ ଯୋଗଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ସଂର୍ପକରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଭଞ୍ଜନଗର ଅଞ୍ଚଳର ଗୌରବକୁ ଭବିଷ୍ୟତ ପିଢୀରେ ପହଞ୍ଚାଇବା ପାଇଁ ସବୁ ବର୍ଗର ବ୍ୟକ୍ତି ବିଶେଷ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ସାଂସଦ ପ୍ରତିନିଧି ପୌରପରିଷ ସନ୍ତୋଷ କୁମାର ତିଆଡ଼ି,କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା ଙ୍କ ସମେତ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ପାତ୍ର, ପଦ୍ମ ଚରଣ ନାୟକ, ତାରିଣୀ ସାହୁ ପରିଚାଳନା କରିଥିଲେ। ସମାଜସେବୀ ଅରକ୍ଷିତ ପରିଛା ସଂଯୋଜନା କରିଥିଲେ। ଏଥିପୂର୍ବରୁ ସକାଳ ସମୟରେ ସହର ଏନ୍ଏସି କାର୍ଯ୍ୟାଳୟ,ଥାନା ଛକ,ଜେଲ୍ ରୋଡ,ବସଷ୍ଟାଣ୍ଡ,ୟୁବି ହାଇସ୍କୁଲ,ବ୍ୟାଙ୍କ ଛକ,ବାଇପାସ ରୋଡ ଏବଂ କେଏସୟୁବି କଲେଜରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

