ଭଞ୍ଜନଗର,୧୪।୮(ନିଲୁ ବିଷୋୟୀ):ଦେଶ ସ୍ୱାଧିନତାର ୮୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ନିମନ୍ତେ ସରକାର ଆହ୍ୱାନ ଦେଇଛନ୍ତି। ଏହି ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏକ ବିଶାଳ ଶୋଭାଯାତ୍ରାରେ ପରସ୍ପର ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସହର ପରିକ୍ରମା ହୋଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୌରହିତ୍ୟରେ ବୁଧବାର ବିଭାଜନ ବିଭୀଷିକା ସୃତି ଦିବସ ପାଳନ କାଯ୍ୟକ୍ରମରେ ହରଘର୍ ତ୍ରିରଙ୍ଗା, ଘର ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଛି। ଏହି ଶୋଭାଯାତ୍ରା ବାଇପାସ ରୋଡ଼ ସ୍ଥିତ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀ ନାୟକ,ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ବିଜେପି ସାଙ୍ଗଠନିକ ଜିଲ୍ଲା ସଭାପତି ନୀଳମାଧବ ପାତ୍ର,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ବରିଷ୍ଠ ନେତା ଧୋବା ଗୌଡ,ଆଇନଜୀବୀ ବିଷ୍ଣୁପ୍ରସାଦ ପ୍ରଧାନ,ସମୀର କୁମାର ନାୟକ,ସନ୍ତୋଷ କୁମାର ପାଳ,ରବୀନ୍ଦ୍ର କୁମାର ଗୌଡ,ସନ୍ତୋଷ ତିଆଡି,ଶିବ ଶଙ୍କର ପ୍ରଧାନ,ମନୋଜ ପ୍ରଧାନ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଚକରା ବିଷୋୟୀ ଛକ,ଭେଜିପୁଟ,ଖାଲାସୀ ସାହି,ମେନରୋଡ଼ ଦେଇ ଆର୍ଏମ୍ସି ଛକରେ ଶେଷ ହୋଇଥିଲା। ଦେଶ ମାତୃକାର ସେବା କରିବାକୁ ବିଧାୟକ ସମସ୍ତଙ୍କୁ ଏହି କାଯ୍ୟକ୍ରମରେ ଆହ୍ୱାନ ଦେଇଥିଲେ। ଏହା ପରେ ଆର୍ଏମ୍ସି ସମ୍ମିଳନୀ କକ୍ଷରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଥିଲା। ଅତିଥି ମାନେ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି କାଯ୍ୟକ୍ରମ ଆଗାମୀ ଦିନରେ କ୍ରାନ୍ତି ହେବାକୁ ଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଜନସାଧାରଣଙ୍କ ତ୍ୟାଗ ଓ ବଳିଦାନକୁ ଅତିଥି ମାନେ ମନେ ପକାଇବା ସହ ସ୍ମୃତି ଚାରଣ କରିଥିଲେ। ଏଥିରେ ବିଭିନ୍ନ ଅନୁଷ୍ଠାନର ବହୁ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

