ପୋଲସରା,୧୨/୪(ସନ୍ତୋଷ କୁମାର ପଣ୍ଡା): ପୋଲସରା ନିର୍ବାଚନମଣ୍ଡଳୀ ଅଧୀନ ପୋଲସରା ଏନଏସି ଲଙ୍ଗଳେଶ୍ୱର କଲ୍ୟାଣ ମଣ୍ଡପରେ ହାତୀଓଟ ମଣ୍ଡଳ ଓ ପୋଲସରା ନଗର ମଣ୍ଡଳସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଦୀନଦୟାଲଙ୍କ ଆଦର୍ଶ କେବଳ ଏକ ଦର୍ଶନ ନୁହେଁ,ଏହା ଆମ ପାଇଁ ସେବାର ପଥପ୍ରଦର୍ଶକ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ମନ୍ତବ୍ୟ କରିଥିଲେ। ନଗର ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ, ଜଗନ୍ନାଥ ବାଡ଼େଇ, ସୀମାଞ୍ଚଳ ସାହୁ, ଦୀପକ ପୋଲାଇ, ପ୍ରଭୁ ଡାକୁଆ, କୃଷ୍ଣଚନ୍ଦ୍ର ଜେନା, ଜୟନ୍ତୀ ପଢ଼ିଆରୀ, ହାତୀଓଟ ମଣ୍ଡଳ ସଭାପତି ପ୍ରସାଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଶତପଥୀ, କାଳୀଚରଣ ବେହେରା, ପ୍ରତିମା ସାହୁ, ଅଜୟ ପ୍ରକାଶ ସାହୁ ଓ କାଶୀନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

