ଫୁଲବାଣୀ -୧୩/୦୪(ସୁନୀଲ ପଟ୍ଟନାୟକ):ରାଜ୍ୟ ୟୁନିସେଫ ସହାୟତାରେ ଗତ ୬ ରୁ ୧୦ ତାରିଖ ୫ ଦିନ ଧରି ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଇଟିଡିଏ ସଭାଗୃହରେ ଜିଲ୍ଲାର ଜିଲ୍ଲାପାଳ,ସମାଜ ମଙ୍ଗଳ ଅଧିକାରୀ,ସ୍ୱ୍ୟାସ୍ଥ୍ୟ ବିଭାଗର ଏ ଡି ଏମ୍ ଏଫ୍ ଡବଲୁ ଏବଂ ରାଜ୍ୟ ସ୍ତରରୁ ୟୁନିସେଫ ର ଗଣେଶ ପ୍ରଧାନ, ଡ.ବରଦା ମହାପାତ୍ର, ବିନାୟକ କନ୍ଦପାନ , ସୁଦିପ ଦାସ ପ୍ରମୁଖ ସମ୍ବଳ ବ୍ୟକ୍ତି ଭାବେ ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରୀୟ ତାଲିମ ପରେ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଏବଂ ସ୍ୱ୍ୟାସ୍ଥ୍ୟ କର୍ମୀଙ୍କୁ ଉପରୋକ୍ତ ବିଷୟରେ ତାଲିମ ପ୍ରଦାନ କରି ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ କାର୍ଯ୍ୟ କୁ ତ୍ବରାନ୍ବିତ କରାଯିବ। ଏହା ଦ୍ବାରା ଅଙ୍ଗନୱାଡି କର୍ମୀଙ୍କର କାର୍ଯ୍ୟ ଶୈଳୀରେ ଉନ୍ନତି ଆସିବା ସହିତ ଜିଲ୍ଲାର ସମସ୍ତ ଶିଶୁମାନଙ୍କର ସ୍ବାସ୍ଥ୍ୟ ଓ ପୋଷଣ ସଠିକ ଭାବେ ଯାଞ୍ଚ ହୋଇପାରିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି । ଅଙ୍ଗନୱାଡି କର୍ମୀଙ୍କ ଦକ୍ଷତା ବୃଦ୍ଧି କରାଇ ଶିଶୁମାନଙ୍କ ବିକାଶ ଧାରାରେ ସୁଧାର ଆଣିବା ଓ ଅତିଶୟ ପୁଷ୍ଟିହୀନ ଶିଶୁ ମାନଙ୍କୁ ଚିହ୍ନଟ କରି ଗୋଷ୍ଠୀ ସ୍ଵରାୟ ଅପପୁଷ୍ଟି ପରିଚାଳନା ପ୍ରକ୍ରିୟା କାର୍ଯକ୍ରମରେ ଅନ୍ତର୍ଭୁକ୍ତ କରିବା ଏହି ତାଲିମର ମୁଖ୍ୟ ଉଦ୍ଧେଶ୍ୟ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମତ ପୋଷଣ କରିଥିଲେ ।

