ଆସିକା,୦୧/୦୬(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ଦୀର୍ଘ ୧୨ ବର୍ଷ ପରେ ଆରମ୍ଭ ହେଲା ଜଣେ ଗର୍ଭବତୀ ମହିଳାଙ୍କ ଅସ୍ତ୍ରଉପଚାର କରି ପୁତ୍ର ସନ୍ତାନ ଜନ୍ମ କରାଇଛନ୍ତି ମେଡିକାଲ ଟିମ l ଆସିକା ମେଡିକାଲ ର ଅଧିକ୍ଷକ ଡାକ୍ତର ଵାଲ ଗୋପାଲ ବେହେରାଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ସ୍ତ୍ରୀ ଓ ପ୍ରସୁତି ବିଭାଗ ର ଡାକ୍ତର ପ୍ରଭାତୀ ସାହୁ, ଡାକ୍ତର ତପନ କୁମାର ଶତପଥି, ନିସ୍ତେଜକ ର ଡାକ୍ତର ପରମିତା ଙ୍କ ଆପ୍ରାଣ ଉଦ୍ୟମ ରେ ଜଣେ ମହିଳା ଙ୍କ ଦ୍ୱିତୀୟ ଗର୍ଭ ରୁ ଏକ ସୁସ୍ଥ ନବଜାତ ପୁତ୍ର ସନ୍ତାନ କୁ ଜନ୍ମ କରାଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି l ରାଜ୍ୟରେ ମୋହନ ସରକାର ଆସିଲା ପରେ ଆସିକା ର ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀଙ୍କର ଅକ୍ଲାନ୍ତ ପରିଶ୍ରମ ରେ ଆସିକା ମେଡିକାଲ କୁ ଅନେକ ଡାକ୍ତର ଏବଂ ଅନ୍ୟନ ଅନୁସାଙ୍ଗିକ ଉପକରଣ ର ସୁବିଧା ସୃଷ୍ଟି କରିଥିଲେ l ଆସିକା ତଥା ଏହାର ଆଖ ପାଖ ଅଞ୍ଚଳ ର ଗର୍ଭବତୀ ମା ମାନେ ଏହି ମେଡିକାଲ ରେ ଯଥେଷ୍ଟ ସୁବିଧା ପାଇଁ ଉପକୃତ ହେବ ବୋଲି ବିଧାୟକ ଆଶା ରଖିଛନ୍ତି l ଆଜିର ଏହି ସଫଳତା ପାଇଁ ମେଡିକାଲ ର ଡାକ୍ତର, ନର୍ସ, କର୍ମଚାରୀ ମାନଙ୍କୁ ଅଂଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି l ଆଜି ଅସ୍ତ୍ରଉପଚାର ହୋଇଥିବା ମା ଶିଶୁ ସୁସ୍ଥ ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି l

