ଫୁଲବାଣୀ,୧୪/୦୪(ସୁନୀଲ ପଟ୍ଟନାୟକ):ଆସନ୍ତା ଅକ୍ଷୀ ତୃତୀୟl ଏପ୍ରିଲ୍ ୨୦ରୁ ଆରମ୍ଭ ହେବାକୁ ଥିବା ଫୁଲବାଣୀ ର ପ୍ରସିଦ୍ଧ ମା ନାରାୟଣୀ ଠାକୁରାଣୀ ଯାତ୍ରା ପାଈଁ ଆଜି ପବିତ୍ର ପଣା ସଂକ୍ରାନ୍ତି ଦିନ ଅସ୍ଥାୟୀ ଯାତ୍ରା ମଣ୍ଡପ ରେ ପୂଜାର୍ଚ୍ଚନା ଆରଂଭ ହୋଇଛି l ଯାତ୍ରା କମିଟି ସଭାପତି କାବୁଲା ସେନାପତି ପୂଜା ରେ ଯୋଗ ଦେଇ ନିଷ୍ଠା ଓ ଆନ୍ତରିକତା ର ସହ ପୂଜାର୍ଚ୍ଚନା କରୁଛନ୍ତି l ଏହାପରେ ବିରାଟ ଶୋଭାଯାତ୍ରା ଯାଇ ସ୍ଥାନୀୟ ନାରାୟଣୀ ଙ୍କ ମନ୍ଦୀର ରୁ ଶୁଭ ଖୁଣ୍ଟି ଅଣାଯାଇ ଯାତ୍ରା ପଡ଼ିଆରେ ପ୍ରତିଷ୍ଠା ହେବ l ଏହି ଅବସରରେ କମିଟି ର ସମ୍ପାଦକ ସଂଜିତ ପାତ୍ର, ଉପ ସଭାପତି ସୁଜିତ ବେହେରା,ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି, ସହ ସମ୍ପାଦକ ଜୟ ସେନ୍ ପରିଡ଼ା, ଅଜିତ ମହାରଣା , ଅର୍ଥ ସମ୍ପାଦକ କମଳ କୁମାର ବେହେରା ଙ୍କ ସମେତ ଉପଦେଷ୍ଟା, କାର୍ଯ୍ୟ କାରୀ କମିଟି ସଦସ୍ୟ, ଓ ଭକ୍ତ, ବିଭିନ୍ନ ମାର୍କେଟ କମିଟି ସଦସ୍ୟ, ସ୍ଥାନୀୟ ଜନସାଧାରଣ ପୋଲିସ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ l ଯାତ୍ରା ଏପ୍ରିଲ ୨୦ରୁ ଆରମ୍ଭ ହୋଇ ମେ ୨୦ଯାଏ ଦୀର୍ଘ ଏକ ମାସ ଧରି ଚାଲିବ l

