ଫୁଲବାଣୀ -୧୪/୦୪(ସୁନୀଲ ପଟନାୟକ): ସମଗ୍ର ବିଶ୍ୱରେ ଯୁଦ୍ଧର ପରିସ୍ଥିତିକୁ ନିୟନ୍ତ୍ରଣ ଓ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆସନ୍ତା ଏପ୍ରିଲ ୧୯ ରୁ ୨୧ ଯାଏ ଦୀର୍ଘ ତିନି ଦିନବ୍ୟାପୀ ଶାନ୍ତି ପୀଠ, ବରୀଗୁଡ଼ା, କନ୍ଧମାଳ ଜିଲ୍ଲାରେ ଏକ “ବିଶ୍ୱଶାନ୍ତି ମହାଯଜ୍ଞ ଓ ସର୍ବଧର୍ମ ପ୍ରାର୍ଥନା” ଆୟୋଜନ କରାଯାଇଛି । ବିଶ୍ୱଶାନ୍ତି ଏବଂ ମାନବ ଜଗତର କଲ୍ୟାଣ ନିମନ୍ତେ ଆୟୋଜିତ ହେଉଥିବା ଏହି ପବିତ୍ର ଯଜ୍ଞରେ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ନିଜର ବହୁମୂଲ୍ୟ ସମୟ ବାହାର କରି ଯଜ୍ଞରେ ଆହୂତି ଦେବା ସହ ବିଶ୍ୱଶାନ୍ତି ଓ ଜଗତର କଲ୍ୟାଣ ପାଇଁ ଯଜ୍ଞରେ ଯୋଗ ଦେବାକୁ ବିଶ୍ୱ ଭାତୃତ୍ୱ ଏବଂ ଶାନ୍ତି ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ବରିଷ୍ଠ ସମାଜ ସେବୀ ପ୍ରତାପ କୁମାର ପ୍ରଧାନ ଅନୁରୋଧ କରିଛନ୍ତି l

