ଭଞ୍ଜନଗର,୧୨/୭(ନିଲୁ ବିଶୋୟୀ):କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଦେଇ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜଣେ ଯୁବକଙ୍କୁ ଭଞ୍ଜନଗର ପୁଲିସ କାବୁ କରିଛି।ଏହା ସହ ୩୨ କେଜି ୮୧୦ ଗ୍ରାମ ଗଞ୍ଜେଇ,୧୫୦୦ ଟଙ୍କା ସହ ଏକ କାର୍ ଜବତ କରାଯାଇଛି। ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇ ବୁଗୁଡ଼ା ଥାନା କରସିଂ ଅଞ୍ଚଳର ସନ୍ତୋଷ କୁମାର ଆଳତିଆଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଗତକାଲି ମଧ୍ୟାହ୍ନ ସମୟରେ ଏସଆଇ ଲଷ୍ମୀଧର ମହାନ୍ତି ଭଞ୍ଜନଗର ଫୁଲବାଣୀ ରାସ୍ତାର ମୁଜାଗଡ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ବିପରୀତ ପଟୁ ଏକ କାର ଦ୍ରୁତଗତିରେ ଆସୁଥିଲା। ପେଟ୍ରୋଲିଂ ଟିମ୍ କୁ ଦେଖି ଉକ୍ତ କାର ବୁଲାଇ ଯିବା ସମୟରେ ପୁଲିସ ର ସନ୍ଦେହ ହୋଇଥିଲା। ଖାରିଗୁଡା ଟୋଲ ଗେଟ୍ ନିକଟରେ ପେଟ୍ରୋଲିଂ ଟିମ୍ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ଗଞ୍ଜେଇ ବାହାରିଥିଲା। ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ ମହାରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

